Masthead

ସୀତାରାମ ୟେଚୁରୀଙ୍କ ମୃତଦେହକୁ ହସ୍ପିଟାଲକୁ ଦାନ କଲେ ପରିବାର ଲୋକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିପିଆଇ-ଏମ ନେତା ସୀତାରାମ ୟେଚୁରୀଙ୍କର ଗୁରୁବାର ଦେହାନ୍ତ ହୋଇଛି। ଶ୍ୱାସନଳୀରେ ସଂକ୍ରମର ଯୋଗୁ ଚିକିତ୍ସାଧୀନ ଅବସ୍ଥାରେ ୭୨ ବର୍ଷୀୟ ୟେଚୁରୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପରେ ତାଙ୍କୁ ପାର୍ଥିବ ଶରୀରରୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି। ସେଠାରେ ମେଡିକାଲ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ୟେଚୁରୀଙ୍କ ମୃତଦେହ ବ୍ୟବହାର ହେବ। ତେବେ ତାଙ୍କର ମୃତଦେହକୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ମୁଖ୍ୟାଳୟରେ ରଖାଯିବ।

ଯେଉଁଠାରେ ଲୋକମାନେ ସେପ୍ଟେମ୍ବର ୧୪ରେ ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ତାଙ୍କର ଶେଷ ଦର୍ଶନ କରିବେ ଏବଂ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ତାଙ୍କର ମୃତଦେହ ଗବେଷଣା ଏବଂ ଶିକ୍ଷା ଉଦ୍ଦେଶ୍ୟରେ ଦିଲ୍ଲୀ ଏମ୍ସକୁ ପଠାଯିବ। ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମ୍ସ ପକ୍ଷରୁ କୁହାଯାଇଛି ଯେ ନିମୋନିଆ ଯୋଗୁ ସୀତାରାମ ୟେଚୁରୀ ହସ୍ପିଟାଲରେ ଆଡମିଟ ହୋଇଥିଲେ। ଆଜି ଅପରାହ୍ନ ୩.୦୫ରେ ତାଙ୍କର ଦେହାନ୍ତ ହୋଇଛି। ଦେହାନ୍ତ ପରେ ତାଙ୍କ ମୃତଦେହକୁ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଦାନ କରିଦେଇଛନ୍ତି। ଏହାକୁ ପାଠପଢ଼ା ଓ ଗବେଷଣା କ୍ଷେତ୍ରରେ ବ୍ୟବହାର ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ