ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ଆଇପିଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରିଷ୍ଣା ବିକାଶ ଗ୍ରୁପ୍ ଅନୁଷ୍ଠାନର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା ଉପସ୍ଥିତ ଥିଲେ ।ଶ୍ରୀ କ୍ରିଷ୍ଣା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଥିଲେ କି ଦେଶର ମର୍ୟ୍ୟାଦା ସମ୍ପନ୍ନ ଅଭିନେତା ତଥା ସାମାଜିକ କର୍ମୀ ଶ୍ରୀ ଅନୁପମ ଖେର କ୍ରୀଷ୍ଣା ବିକାଶ ମ୍ୟାନେଜ୍‌ମେଣ୍ଟର ମାନସିକତା ସହିତ ନିଜକୁ ଯୋଡ଼ି ହେବାକୁ ଆଗେଇ ଆସିଛନ୍ତି ।

୨୦୦୨ ମସିହାରେ ମୁଁ, ମୋର ଅନ୍ୟ ତିନି ସହଯୋଗୀଙ୍କୁ ନେଇ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍ ଆରମ୍ଭ କରିଥିଲି । ଦୀର୍ଘ ୨୦ବର୍ଷ ଧରି ବିକାଶ ଗ୍ରୁପ୍ର ପ୍ରତିଷ୍ଠାତା ଚେୟାର୍ମ୍ୟାନ୍ ଭାବରେ ଦାୟିତ୍ୱ ନେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଆଗେଇ ନେଇଛି । ଓଡ଼ିଶାର ବରଗଡ଼, ସମ୍ବଲପୁର, ଭୁବନେଶ୍ୱର, ଭବାନୀପାଟଣା, ରାଉରକେଲା ଓ ଝାରସୁଗୁଡ଼ାରେ ବିକାଶ ସ୍କୁଲ୍ର ସ୍ଥାପନା ହୋଇଥିଲା । ଏହି ମଧ୍ୟରେ ବିକାଶ ଗ୍ରୁପ୍ ବରଗଡ଼, ବୁର୍ଲା ଓ ସମ୍ବଲପୁରଠାରେ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ ମଧ୍ୟ ସ୍ଥାପନା କରିଛି । ବିକାଶ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଜର ଗୁଣାତ୍ମକ ସେବା ତଥା ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ଓଡ଼ିଶାକୁ ଏକ ନିର୍ଭରଯୋଗ୍ୟ ଡେଷ୍ଟିନେସନ୍ରେ ପରିଣତ କରି ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମବଙ୍ଗବାସୀଙ୍କୁ ଆକୃଷ୍ଟ କରିଛି । ଚିଲିକାରେ ଗରୁଡ଼ ହାଉସ୍ବୋଟ୍ ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ଦୀର୍ଘ ଦୁଇ ଦଶନ୍ଧିର ଏହି ସଫଳତାକୁ ଆଗେଇ ନେବା ପାଇଁ ଆମେ ଚାରିଜଣ ସହଯୋଗୀ ଏହାକୁ ୪ଟି ସମ୍ପୂର୍ଣ୍ଣ ଭିନ୍ନ ପରିଚୟ ଯେମିତିକି ନାମ, ଲୋଗୋ ସହ ପରିଚାଳନା କରିବାକୁ ନିଷ୍ପତ୍ତି ନେଲୁ । ଏ ଦିଗରେ ବିଭିନ୍ନ କ୍ୟାମ୍ପସ୍ର ପରିଚାଳନା ଭାର ନିଜ ନିଜ ହାତକୁ ନେଇଛୁଁ । ଏହି ପ୍ରକ୍ରିୟାରେ ମୁଁ କ୍ରୀଷ୍ଣା ବିକାଶ ଗ୍ରୁପ୍ର ପ୍ରତିଷ୍ଠାତା ଚେୟାର୍ମେନ୍ ଭାବରେ ଏହାର ବିଶଦ୍ ରୂପରେଖ ଆପଣଙ୍କ ସମ୍ମୁଖରେ ଉପସ୍ଥାପନା କରୁଛି । କ୍ରୀଷ୍ଣା ବିକାଶ ଗ୍ରୁପ୍ ଏବେ ଏକ ନୂଆ ଲୋଗୋ ବ୍ୟବହାର କରୁଛି । କ୍ରୀଷ୍ଣା ବିକାଶ ଗ୍ରୁପ୍ ଏବେ ତିନୋଟି ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ହସ୍ପିଟାଲ୍, ସ୍କୁଲ୍, କଲେଜ ଓ ବିଶ୍ୱବିଦ୍ୟାଳୟ ପରିଚାଳନା କରୁଛି । ଓଡ଼ିଶାରେ ବରଗଡ଼, ରାଉରକେଲା, ବ୍ରହ୍ମପୁର, ଅନୁଗୁଳରେ ଇଂରାଜୀ ମାଧ୍ୟମ ସ୍କୁଲ୍ ତଥା ଭୁବନେଶ୍ୱରରେ ଏଆଇପିଏଚ୍ (ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍ଥ୍) ୟୁନିଭର୍ସିଟି କ୍ରୀଷ୍ଣା ବିକାଶର ଅନୁଷ୍ଠାନ ସମୂହ । ବରଗଡ଼ରେ ବିକାଶ ରେସିଡେନ୍ସିଆଲ୍ ସ୍କୁଲ୍, ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲ୍ ଏବଂ କ୍ରୀଷ୍ଣା ବିକାଶ କଲେଜ ଅଫ୍ ନର୍ସିଂ ମାଧ୍ୟମରେ ଶିକ୍ଷାଦାନ ଚାଲିଛି ।

ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ୟୁନିଭର୍ସିଟି ପୂର୍ବ ଭାରତର ପ୍ରଥମ ଏଲାଏଡ୍ ହେଲ୍ଥ୍ ସାଇନ୍ସ୍ ୟୁନିଭର୍ସିଟି, ଯେଉଁଥିରେ ବାୟୋଲୋଜିକାଲ୍ ସାଇନ୍ସ୍, ପବ୍ଲିକ୍ ହେଲ୍ଥ୍, ଫିଜିଓଥେରାପି, ନର୍ସିଂ, ହେଲ୍ଥ୍ ମ୍ୟାନେଜ୍ମେଣ୍ଟ୍, ଯୋଗ, ଅପ୍ଟୋମେଟ୍ରି ଭଳି ପାଠ୍ୟକ୍ରମ ସବୁ ରହିଛି । କ୍ରୀଷ୍ଣା ବିକାଶ ଗ୍ରୁପ୍ ପ୍ରୟାସରେ ଏହା ଜଟଣୀସ୍ଥିତ ଆଇଆଇଟି, ଭୁବନେଶ୍ୱର ନିକଟରେ ଏକ ନୂତନ କ୍ୟାମ୍ପସ୍ରେ ବହୁ ଶୀଘ୍ର କାର୍ଯ୍ୟକ୍ଷମ ହେବ । ଏହା ଓଡ଼ିଶା ସରକାର ତଥା ୟୁଜିସି ଦ୍ୱାରା ମାନ୍ୟତା ପ୍ରାପ୍ତ ୟୁନିଟାରୀ ପ୍ରାଇଭେଟ୍ ୟୁନିଭର୍ସିଟି । ଛତିଶଗଡ଼ରେ ରାୟପୁରଠାରେ ଏକ ଆଇ.ବି. ସ୍କୁଲ୍, ଏକ ଇଂଲିସ୍ ମିଡିୟମ୍ ସ୍କୁଲ୍, ଇଞ୍ଜିନିୟରିଂ କଲେଜ, ଫାର୍ମାସୀ କଲେଜ ଏବଂ ବିଜ୍ଞାନ, ବାଣିଜ୍ୟ, ଶିକ୍ଷା, ମ୍ୟାନେଜ୍ମେଣ୍ଟ କଲେଜ କ୍ରୀଷ୍ଣା ବିକାଶ କ୍ୟାମ୍ପସ୍ରେ ରହିଛି । ଏହା ବ୍ୟତୀତ ଜଗଦଲପୁର ଓ ଭିଲାଇଠାରେ ମଧ୍ୟ ଇଂଲିସ୍ ମିଡିୟମ୍ ସ୍କୁଲ୍ ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶରେ ଭାଇଜାଗ୍ଠାରେ ମଧ୍ୟ ଏକ ଇଂଲିସ୍ ମିଡିୟମ୍ ସ୍କୁଲ୍, କ୍ରୀଷ୍ଣା ବିକାଶ ଗ୍ରୁପ୍ ନିଜର ଉପସ୍ଥିତି ଜାହିର କରିଛି । ମୁଁ ଏକ ସୋସିଓ-ଏଣ୍ଟର୍ପ୍ରିନିଅର୍ ଭାବରେ ସମାଜର ଆବଶ୍ୟକତାର ସମାଧାନ ଉପରେ ବିଶ୍ୱାସ କରେ, ଏଣୁ କ୍ରୀଷ୍ଣା ବିକାଶ ଗ୍ରୁପ୍ ମଧ୍ୟ ସେଇ ଆଦର୍ଶ ଓ ମୂଲ୍ୟବୋଧରେ ପରିଚାଳିତ । ବିକାଶ ଇନ୍ଷ୍ଟିଚ୍ୟୁଟ୍ ଫର୍ ସୋସିଆଲ୍ ୱେଲ୍ଫେୟାର୍ ନାମରେ ମାଗଣା ଆବାସିକ ଶିକ୍ଷାର ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ଆମ ଗ୍ରୁପ୍ର ସବୁଠୁ ବଡ଼ ଉପଲବ୍ଧି । ୩ଏକର ଜାଗାରେ ନିଜସ୍ୱ କ୍ୟାମ୍ପସ୍ରେ ଏବେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ସିବିଏସ୍ଇ ମିଡିୟମ୍ ଓ ଆଇଟିଆଇରେ ଶିକ୍ଷାଗ୍ରହଣ କରୁଛନ୍ତି ।

ବରଗଡ଼ ଓ ବୁର୍ଲାସ୍ଥିତ ବିକାଶ ମଲ୍ଟି-ସ୍ପେସିଆଲିଟି ହସ୍ପିଟାଲ୍ର ପରିଚାଳନା ଦାୟିତ୍ୱ ମୋର ଏବଂ ଉଚ୍ଚକୋଟୀର ସ୍ୱାସ୍ଥ୍ୟସେବା ସୁଲଭ ମୂଲ୍ୟରେ ଯୋଗାଇଦେବା ପାଇଁ ମୁଁ ପ୍ରତିଶୃତିବଦ୍ଧ । ମୂରଲୀ କ୍ରୀଷ୍ଣା ଫାଉଣ୍ଡେସନ୍ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରି ସମାଜର ଅବହେଳିତ ବର୍ଗକୁ ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ପହଂଚାଇବା ପାଇଁ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେଷ୍ଟା ଆରମ୍ଭ କରିଛି । ଏହା ମାଧ୍ୟମରେ ଫ୍ରି ହେଲ୍ଥ୍ କ୍ୟାମ୍ପ୍, ଫ୍ରି ସର୍ଜରୀ, ଫ୍ରି ଓପିଡି ସେବା, ଛାତ୍ରବୃତ୍ତି ପ୍ରତିଭା ପ୍ରୋତ୍ସାହନ କରାଯାଇଥାଏ । ଆମ ପାଇଁ ଖୁସିର ବିଷୟ ହେଉଛି ଯେ, ଭାରତର ଜଣେ ମର୍ଯ୍ୟାଦା ସମ୍ପନ୍ନ ଅଭିନେତା ତଥା ସାମାଜିକ କର୍ମୀ ଶ୍ରୀ ଅନୁପମ ଖେର ଆମ କ୍ରୀଷ୍ଣା ବିକାଶ ମ୍ୟାନେଜ୍ମେଣ୍ଟର ମାନସିକତା ସହିତ ନିଜକୁ ଯୋଡ଼ି ହେବାକୁ ଆଗେଇ ଆସିଛନ୍ତି । ଆଜି ତାଙ୍କର ବ୍ରାଣ୍ଡ୍ ଏଣ୍ଡୋର୍ସ୍ମେଣ୍ଟର ପ୍ରଥମ ଭିଡିଓ ମଧ୍ୟ ରିଲିଜ୍ କରୁଛୁ । ଏହା କ୍ରୀଷ୍ଣା ବିକାଶର ସଫଳତା ଯାତ୍ରାର ପ୍ରଥମ ପାହାଚ । ଆଗାମୀ ଦିନରେ ଏହା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରର ଏକ ଏଜୁକେସନାଲ୍ ନେଟ୍ୱର୍କରେ ପରିଣତ ହେବ ବୋଲି ଆମେ ଆଶା ରଖିଛୁ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ କ୍ରିଷ୍ଣା କହିଛନ୍ତି ।

Leave a Reply

Your email address will not be published. Required fields are marked *