Masthead

ଶଙ୍ଖ ଭବନରେ ପୁଣି ହାଇଡ୍ରାମା, ଶ୍ରୀମୟୀ-ମନ୍ମଥ-ପ୍ରଦୀପଙ୍କ ମଧ୍ୟରେ ଫାଇଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶଙ୍ଖ ଭବନରେ ପୁଣି ହାଇଡ୍ରାମା । ବିଜେଡି ନେତାଙ୍କ ମଧ୍ୟରେ ତୁତୁ ମେଁମେଁ । ଶ୍ରୀମୟୀ-ମନ୍ମଥ-ପ୍ରଦୀପଙ୍କ ମଧ୍ୟରେ ଫାଇଟ । ରୁଦ୍ଧଦ୍ୱାର ବୈଠକରେ ମହାହଙ୍ଗାମା । ବିଜେଡି ସଭ୍ୟ ସଂଗ୍ରହ ଆଲୋଚନାରେ ତୁମୁଳୁକାଣ୍ଡ । ଦେବୀ-ଅତନୁଙ୍କ ଉପସ୍ଥିତିରେ ଉଠିଲା ପଡ଼ିଲା ଶଙ୍ଖଭବନ । ଦଳଡିଆଁଙ୍କୁ ଟିକେଟ ଦେଇଥିବାରୁ ଶ୍ରୀମୟୀଙ୍କ ଅସନ୍ତୋଷ । ଶ୍ରୀମୟୀ ଓ ପ୍ରଦୀପଙ୍କ କଳିରେ ମନ୍ମଥଙ୍କ ଏଣ୍ଟ୍ରି । ବୈଠକ ଅଧାରୁ ଚାଲି ଆସିଲେ ଶ୍ରୀମୟୀ । ମହିଳାଙ୍କୁ ଅସମ୍ମାନ କଲେ ଫଳ ନିଶ୍ଚୟ ମିଳିବ କହିଛନ୍ତି ଶ୍ରୀମୟୀ । ସେପଟେ ମହିଳାମାନେ ବି ସମ୍ମାନ ଦେବା ଶିଖନ୍ତୁ କହି ଟାର୍ଗେଟ କରିଛନ୍ତି ମନ୍ମଥ । ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଠା କରିଛନ୍ତି ଦେବୀ ମିଶ୍ର । ଶଙ୍ଖ ଭବନରେ ଖୋର୍ଦ୍ଧା ବିଜେଡିର ଚାଲିଥିଲା ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବୈଠକ । ଦଳର ବିଧାୟକଙ୍କ ସହ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ଯେଉଁମାନେ ନିର୍ବାଚନରେ ପରାଜିତ ହୋଇଥିଲେ ସେମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ପରାଜୟ ବରଣ ସାଙ୍ଗକୁ ସଭ୍ୟ ସଂଗ୍ରହ କଥା ଆରମ୍ଭ ହୋଇଥିବା ବେଳେ ଜଣେ ନେତା ଦଳଡିଆଁଙ୍କ ଲାଗି ପାର୍ଟି ହାରିଲା କହିଥିଲେ ।

ଅନ୍ୟ ଜଣେ ନେତା ହଠାତ୍ ଚେହିଁକି ଉଠିଥିଲେ । ଏହାରି ଭିତରେ ଶ୍ରୀମୟୀ ଓ ପ୍ରଦୀପଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଏଣ୍ଟ୍ରି ମାରିଥିଲେ ମନ୍ମଥ । କଥା ଉଗ୍ରରୂପ ଧାରଣ କରିଥିବାରୁ ସମନ୍ୱୟ କମିଟି ମୁଖ୍ୟ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ । ହେଲେ କେହି ବୁଝିବା ପରିସ୍ଥିତିରେ ନଥିଲେ । ବହୁତ ହେଲା ଆଉ ନୁହେଁ କହି ବୈଠକ ଛାଡ଼ି ଯାଇଥିଲେ । ଏହାରି ଏହାରି ଭିତରେ ଶ୍ରୀମୟୀ ମିଶ୍ର ମହିଳାଙ୍କୁ ଯିଏ ଅସମ୍ମାନ କରେ ସେ କର୍ମଫଳ ନିଶ୍ଚୟ ଭୋଗିବେ କହିଲେ । ଯାହାକୁ କାଉଂଟର କଲେ ମନ୍ମଥ ରାଉତରାୟ । ସେପଟେ କଥା ଉପରେ ପ୍ୟାଚ ପକାଇବାକୁ ଚେଷ୍ଠା କରିଛନ୍ତି ଦେବୀ ମିଶ୍ର । ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନାହିଁ । ସଙ୍ଗଠନକୁ ନେଇ କିଛି ହୋଇଛି ଏହାର ସମାଧାନ କରାଯାଉଛି । ଆଲୋଚନା ସୁରୁଖରରେ ସରିଥିଲା । ଦଳୀୟ ଶଙ୍ଖଳା ବାହାରେ ଯିବାର କାହାର ଆଭିମୁଖ୍ୟ ନାହିଁ । ଶଙ୍ଖ ଭବନରେ ଚାଲିଛି କ’ଣ? ପ୍ରତ୍ୟେକ ଦିନ କିଛି ନା କିଛି ଖବର ଆସୁଛି । ଯାହା ବି ଆସୁଛି ବିଜେଡି ପାଇଁ ଶୁଭ ନୁହେଁ । ଗାନ୍ଧି ଜୟନ୍ତୀରୁ ଦଳ ପଦଯାତ୍ରା ଆରମ୍ଭ କରି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିବା ବେଳେ ହେଲେ ସେହି ଦଳରେ ଏବେ ଫାଟ ଜଳ ଜଳ ଦେଖାଦେଲାଣି । ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ 🔴 ପରୀକ୍ଷାର୍ଥୀଙ୍କୁ ସରକାରଙ୍କ ବଡ଼ ଭେଟି 🔴 ଆଜି ମହାପ୍ରଭୁଙ୍କ ଘଣା ଓ ଖଳି ପ୍ରସାଦ ଲାଗି ନୀତି 🔴 ୨୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା