Masthead

ତିକ୍ତ ହେଲା ଭାରତ-କାନାଡା ସମ୍ପର୍କ; ଉଚ୍ଚାୟୁକ୍ତଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଓ କାନାଡ଼ା ମଧ୍ୟରେ ବଢ଼ିଲା ତିକ୍ତତା। ବିବାଦକୁ ନେଇ କାନାଡାରେ ଅବସ୍ଥାପିତ ନିଜର ଉଚ୍ଚାୟୁକ୍ତ (ହାଇ କମିସନର) ଓ ଅନ୍ୟାନ୍ୟ କୂଟନୈତିକ ଅଧିକାରୀଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ଭାରତ। ନିଷ୍ପତ୍ତି ଆଧାରରେ ସୋମବାର ରାତିରେ ଓଟ୍ଟାୱାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମାଙ୍କୁ ସ୍ବଦେଶ ଫେରିଆସିବାକୁ କୁହାଯାଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଭାରତର ଯେଉଁ କୂଟନୈତିକ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଉଠାଇଛନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ଭାରତ ସରକାର ପ୍ରତ୍ୟାହାର କରିଆଣିବେ। ଏହା ସହିତ ଭାରତ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡା ଦୂତାବାସର ୬ଜଣ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ବହିଷ୍କୃତ ଅଧିକାରୀଙ୍କ ମଧ୍ୟରେ କାନାଡାର କାର୍ଯ୍ୟକାରୀ ଉଚ୍ଚାୟୁକ୍ତ ଅଛନ୍ତି। ୨୦୨୩ରେ ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ଘଟଣାରେ ଭାରତର ଦୂତାବାସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଟ୍ରୁଡୋ ଅଭିଯୋଗ କରିଛନ୍ତି। ଉଚ୍ଚାୟୁକ୍ତର ଯେଉଁ ଅଧିକାରୀମାନେ ନିଜ୍ଜାର ହତ୍ୟାରେ ସମ୍ପୃକ୍ତ ସେମାନଙ୍କୁ ସ୍ବାର୍ଥପର (ପର୍ସନ ଅଫ୍ ଇ‌େଣ୍ଟ୍ରଷ୍ଟ) ବୋଲି ଟ୍ରୁଡୋ କହିଥିଲେ।

ଟ୍ରୁଡୋଙ୍କ ଏପରି ଅଭିଯୋଗ ପରେ ବୈଦେଶିକ ମନ୍ତ୍ରଣାଳୟ ଭାରତରେ କାର୍ଯ୍ୟରତ କାନାଡାର ଅସ୍ଥାୟୀ ଉଚ୍ଚାୟୁକ୍ତ ଷ୍ଟିୱାର୍ଟ ହୁଇଲରଙ୍କୁ ସମନ ଜାରି କରି ପ୍ରତିବାଦ ଜଣାଇଥିଲା। ଭାରତ କହିଥିଲା ଯେ ଟ୍ରୁଡୋଙ୍କ କାର୍ଯ୍ୟ ଦୁଇଦେଶର ସମ୍ପର୍କକୁ ବିପଦରେ ପକାଇଛି। ଏପରିକି କାନାଡାରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତଙ୍କ ଜୀବନ ପ୍ରତି ବିପଦ ରହିଥିବା ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି। ଏହି ଅଭିଯୋଗ କରିବା ପରେ ଭାରତ ନିଜର ଉଚ୍ଚାୟୁକ୍ତଙ୍କୁ ପ୍ରତ୍ୟାହାର କରିବାକୁ ଆଣିଛି। ଭାରତ ସରକାର କହିଛନ୍ତି ଯେ ଜଷ୍ଟିନ ଟ୍ରୁଡୋଙ୍କ ସରକାର ଭାରତ ବିରୋଧରେ ହିଂସା, ମୌଳବାଦ ଓ ବିଚ୍ଛିନ୍ନତାବାଦୀ ସପକ୍ଷରେ ପଦକ୍ଷେପ ନେଉଛନ୍ତି। ଟ୍ରୁଡୋଙ୍କ ଏହି ସମର୍ଥନ ଦୁଇଦେଶର ସମ୍ପର୍କରେ ତିକ୍ତତା ଆଣିଛି। ଅନ୍ୟପଟେ ଟୁଡ୍ରୋ ଭାରତର କୂଟନୀତିଜ୍ଞଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାର ପ୍ରମାଣ ଦେବାକୁ ନୂଆଦିଲ୍ଲୀ କହିଛି। ତେବେ ହୁଇଲର୍‌ କହିଛନ୍ତି ଯେ କାନାଡା ନାଗରିକଙ୍କୁ କାନାଡାରେ ହତ୍ୟା କରିଥିବା ଅଭିଯୁକ୍ତଙ୍କ ସହିତ ଭାରତୀୟ ଦୂତାବାସ ଅଧିକାରୀଙ୍କ ସମ୍ପର୍କର ପ୍ରମାଣ ଦିଆଯାଇଛି।

ଭାରତ ସରକାର ଏହି ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ। ଏହାଦ୍ବାରା ଦୁଇଦେଶର ସମ୍ପର୍କରେ ଉନ୍ନତି ଆସିପାରିବ। ତେବେ ଭାରତର ରାଷ୍ଟ୍ରଦୂତ ଓ ଦୂତାବାସ କର୍ମଚାରୀଙ୍କ ବିରୋଧରେ କାନାଡା ସରକାର ନିଜ୍ଜାର ହତ୍ୟାର ଅଭିଯୋଗ ଆଣିବା ସହିତ ଏହାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତର ଉଚ୍ଚାୟୁକ୍ତଙ୍କ ବିରୋଧରେ କାନାଡା ସରକାରଙ୍କ ଏପରି ନିଷ୍ପତ୍ତିକୁ ଭାରତ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ କାନାଡା ସରକାର ଭାରତର ଉଚ୍ଚାୟୁକ୍ତଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ। କାନାଡା ସରକାର ରାଜନୈତିକ ସ୍ବାର୍ଥ ସାଧନ ଲାଗି ଏପରି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଗତ ଶୁକ୍ରବାର ଲାଓସର ରାଜଧାନୀ ଭିଏଣ୍ଟିଆନେରେ ପୂର୍ବ ଏସିଆ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାନାଡା ପ୍ରତିପକ୍ଷ ଟ୍ରୁଡୋଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା କାଳରେ ଉଭୟ ନେତା ଦୁଇଦେଶ ସମ୍ପର୍କରେ ଆସିଥିବା ତିକ୍ତତାକୁ ଦୂର କରିବା ଉପରେ ଗୁରୁତ୍ବ ଦେଇଥିଲେ। ମାତ୍ର କଥାବାର୍ତ୍ତାର ଦୁଇଦିନ ପରେ ଦୁଇଦେଶର ସମ୍ପର୍କରେ ବଡ ଫାଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି