Before Header

ଆଜି ମହାକାର୍ତ୍ତିକର ପ୍ରଥମ ସୋମବାର

0 15

(ବଡ଼ ଖବର ବ୍ୟୁରୋ): ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ଏ ନେଇ ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ମହାଦେବଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସକାଳୁ ସକାଳୁ ସ୍ନାନ ସାରି ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରୁଛନ୍ତି ।

ଚଳିତ ବର୍ଷ କରୋନା କଟକଣା ଥିବାରୁ ହବିଷ୍ୟାଳିଙ୍କ ଭିଡ ନାହିଁ । ହବିଷ୍ୟାଳିଙ୍କୁ ପୁରୀ ନଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛନ୍ତି । ତେବେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ୱରଙ୍କ ଦର୍ଶନ କରିପାରୁନାହାନ୍ତି ଶ୍ରଦ୍ଧାଳୁ । କୋଭିଡ କଟକଣା ପାଇଁ ବାବାଙ୍କ ପୀଠ ଭକ୍ତଶୂନ୍ୟ ହୋଇପଡିଛି । ବାବାଙ୍କ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଭୋର ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

Leave A Reply

Your email address will not be published.