Masthead

ପ୍ରହସନ ପାଲଟିଛି ରାସନକାର୍ଡ

ସିନାପାଲି(ବଡ଼ ଖବର ବ୍ୟୁରୋ): ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି ରାସନକାର୍ଡ ।ପ୍ରତିମାସରେ ଖାଉଟି ପାଉଛନ୍ତି ଖାଦ୍ୟ ସାମଗ୍ରୀ । ବର୍ତ୍ତମାନ ସମୟରେ ରାସନକାର୍ଡ ଧାରୀଙ୍କୁ ଅଗ୍ରୀମ ଖାଦ୍ୟ ସାମଗ୍ରୀ ସରକାର ପ୍ରଦାନ କରିବା ସହ ଗରିବ କଲ୍ୟାଣ ଯୋଜନାରେ ମାଗଣା ରାସନ ସାମଗ୍ରୀ ମଧ୍ୟ ବଣ୍ଟନ କରୁଛନ୍ତି । ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ଯୋଗ୍ୟ ହିତାଧିକାରୀ ରେସନକାର୍ଡ ପାଇବାରୁ ବଞ୍ଚିତ ହେଉଛନ୍ତି। ଏମିତି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଦ ପଞ୍ଚାୟତରୁ । ଏହି ପଞ୍ଚାୟତର ୨୦ ରୁ ୩୦ ପରିବାର ପାଖରେ ରାସନକାର୍ଡ ନାହିଁ । ୨୫୦ରୁ ଅଧିକ ଲୋକ ଆଧାର ସଂଯୋଗରୁ ମଧ୍ୟ ବଞ୍ଚିତ ।

ଆଧାର ଲିଙ୍କ ପାଇଁ ବାରମ୍ବାର ଯୋଗାଣ ନିରୀକ୍ଷକଙ୍କୁ ଆବଶ୍ୟକ କାଗଜପତ୍ର ଦିଆଯାଇଥିଲେ ମଧ୍ୟ ସଂଯୋଗ ହୋଇପାରୁନାହିଁ । ସିନାପାଲି ବ୍ଲକ ଅଧିକାରୀ, ପଞ୍ଚାୟତ ଅଧିକାରୀମାନଙ୍କୁ କହିଲେ ସେମାନେ ସାଇଟ ଖୋଲିଲେ ଲିଙ୍କ ହେବ ବୋଲି କହି ଗରିବ ହିତାଧିକାରୀମାନଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ରାସନକାର୍ଡ ପ୍ରଦାନ କରିବା ସହ ଆଧାର ଲିଙ୍କ କରିବାକୁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ହିତାଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ସିନାପାଲି ବିଡ଼ିଓ ସଦାଶିଵ ନାୟକ କହିଛନ୍ତି, ସାଇଟ ଖୋଲିଲେ ତୁରନ୍ତ ବାଦ ପଡିଥିବା ହିତାଧିକାରୀଙ୍କୁ ରାସନକାର୍ଡ ଦେବା ସହ ଆଧାର ସଂଯୋଗ କରାଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଜାରୀ ହେଲା ମହିଳା ସହାୟତା ନଂ ୧୮୧