Masthead

ଆଜି ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଓଡ଼ିଶାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ । ଭିସି ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ୨୦୨୫ ମାର୍ଚ୍ଚ ସୁଦ୍ଧା କୋଟିଏ ପରିବାର ସାମିଲ ଲକ୍ଷ୍ୟ । ୭୦ ବର୍ଷ ଉପରେ ଧନୀ, ଗରିବ ସମସ୍ତଙ୍କୁ ମିଳିବ ଚିକିତ୍ସା । ଆର ବର୍ଷ ମାର୍ଚ ସୁଦ୍ଧା ବନ୍ଦ ହୋଇପାରେ ବିଏସକେୱାଇ । ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ-ଗୋପବନ୍ଧୁ ଆରୋଗ୍ୟ କାର୍ଡ । ଯୋଜନାରେ ଉପକୃତ ହେବେ ସାଢ଼େ ୩ କୋଟି ହିତାଧିକାରୀ ।

ଦେଶର ୨୭ ହଜାର ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା । ଆଜି ଏହି ଯୋଜନାର ଦ୍ୱିତୀୟ ଭାଗକୁ ଗ୍ରହଣ କରିବେ ରାଜ୍ୟ ସରକାର । ଆୟୁଷ୍ମାନ ଯୋଜନା ଶୁଭାରମ୍ଭର ୬ ବର୍ଷ ପରେ ଓଡ଼ିଶା ପାଇବ ଲାଭ। ପୂର୍ବ ସରକାରଙ୍କ ଟାଳଟୁଳ ନୀତି ପାଇଁ ଆୟୁଷ୍ମାନ ପାର୍ଟ-୧ରୁ ବଞ୍ଚିତ ହୋଇଥିଲା ଓଡ଼ିଶା । ଭୋଟବ୍ୟାଙ୍କ ପାଇଁ ବିଏସକେୱାଇକୁ ଆପଣାଇ ଆୟୁଷ୍ମାନକୁ ଅଣଦେଖା କରିଥିଲେ ତତ୍କାଳୀନ ନବୀନ ସରକାର । କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଆୟୁଷ୍ମାନ ଲାଗୁ ହେବା ପାଇଁ ବାଟ ଫିଟିଛି।

ଏହି ଯୋଜନା ୧ କୋଟି ପରିବାରର ସାଢେ ୩ କୋଟି ଲୋକଙ୍କ ପାଇଁ ସଞ୍ଜିବନୀ ସାଜିବ । ଗାଇଡ ଲାଇନ ଓ ମୋଡାଲିଟ ପ୍ରସ୍ତୁତ କରି ଖୁବଶୀଘ୍ର ଓଡିଶାରେ ଯୋଜନାକୁ କାର୍ଯ୍ୟାକାରୀ କରିବେ ବିଜେପି ସରକାର । ସେହିପରି ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦେବାକୁ କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼