Masthead

ବିଜେଡିକୁ ହରାଇଲା ପାଣି, ଠିକାଦାର ପୋଷୁଥିଲେ ନବୀନ ?

ଘସିପୁରା (ବଡ଼ ଖବର ବ୍ୟୁରୋ): ଲୋକଙ୍କୁ ମିଳିଲାନି ପାନୀୟ ଜଳ, ସେଥିପାଇଁ ଅନେକ ବିଜେଡି ବିଧାୟକ ପରାଜୟ ବରଣ କଲେ । ବିଧାନସଭାରେ ଏଭଳି ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । ପ୍ରତିଶ୍ରୁତି ପାଳନ କଲେନି ପୂର୍ବ ସରକାର । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ନାହିଁ, ଗାଁ ଗାଁରେ ଲୋକଙ୍କୁ ମିଳିଲାନି ପିଇବା ପାଣି । ସେଥିପାଇଁ ଲୋକଙ୍କର ଆକ୍ରୋଶର ଶିକାର ହୋଇ ବିଜେଡିର କିଛି ବିଧାୟକ ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ହାରିଥିବା ବିଧାନସଭାରେ କହିଛନ୍ତି ବଦ୍ରିନାରାୟଣ ପାତ୍ର । କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ । ଏଠାରେ ବିଭିନ୍ନ ଗାଁ ଗଣ୍ଡାରେ ଏବେବି ରହିଛି ଉତ୍କଟ ପାନୀୟ ଜଳର ସମସ୍ୟା ।

ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଆଦିବାସୀ ବହୁଳ ଗୋପାଳପୁର ଗାଁ । ଗାଁରେ ଶତାଧିକ ପରିବାର ପାଇଁ ରହିଛି ଗୋଟିଏ ମାତ୍ର ନଳକୂଅ । ବହୁଳ ବ୍ୟବହାର କାରଣରୁ ଅନେକ ସମୟରେ ଏଥିରୁ କମ୍ ପାଣି ବାହାରୁଛି । ଫଳରେ ଲୋକେ ବାଧ୍ୟ ହୋଇ ନାଳରୁ ଦୂଷିତ ଜଳ ବ୍ୟବହାର କରୁଛନ୍ତି । ସେହିପରି ଭଣ୍ଡାରିଡିହା ଗାଁରେ ଥିବା ଏକମାତ୍ର ନଳକୂଅରୁ ପାଣି ନେବା ପାଇଁ ମହିଳାମାନେ ବର୍ଷସାରା ହଇରାଣ ହେଉଥିବା କହିଛନ୍ତି । ଏବେ ନୂଆ ସରକାରଙ୍କ ଠାରୁ ପାଣି ପାଇଁ ଅନେକ ଆଶା ରଖିଥିବା କହିଛନ୍ତି । ଗତ ନିର୍ବାଚନରେ ଘସିପୁରା ନିର୍ବାଚନମଣ୍ଡଳୀ କେଶଦୁରାପାଳ ଠାରେ ପାଣି ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ।

ଲୋକଙ୍କର ଦୀର୍ଘ ଦିନର ପାନୀୟ ଜଳ ସମସ୍ୟାର ସମାଧାନ ନହେବାରୁ ଲୋକେ ତାଙ୍କୁ ନିର୍ବାଚନ ସମୟରେ ଏ ସମ୍ପର୍କରେ ଭେଟି ଦାବି ଜଣାଇଥିଲେ । ହେଲେ, କେବଳ ଗୋଟିଏ ଗାଁ ନୁହେଁ, ଘସିପୁରା ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ପାନୀୟ ଜଳ ପାଇଁ ପାଇପ୍ ବିଛା ହୋଇଥିଲେ ମଧ୍ୟ, ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାଁନ୍ତି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଅନେକ ସ୍ଥାନରେ ରାସ୍ତାଘାଟ ଖୋଳାଯିବାକୁ ନାପସନ୍ଦ କରିଛନ୍ତି ଲୋକେ । ଏଥିପାଇଁ ଅନେକ ସ୍ଥାନରେ ମତଦାତାମାନେ ନିଜ ମତ ପରିବର୍ତ୍ତନ କରିଥିବା , ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବୟାନ ସଠିକ୍ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କୁ ତୁରନ୍ତ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି