Masthead

କୋରେଇରେ ବିଜେଡି ଭାଡ଼ି ଖାଲି!

କୋରେଇ (ବଡ଼ ଖବର ବ୍ୟୁରୋ): ବିଜେଡିକୁ ବଡ଼ ଝଟକା । କୋରେଇରେ ବିଜେଡି ଭାଡ଼ି ଖାଲି । ବିଜେଡି ଛାଡ଼ି ବିଜେପିରେ ମିଶିଲେ ୩୦୦ରୁ ଅଧିକ ନେତା କର୍ମୀ । ୧୫ରୁ ଉଦ୍ଧ୍ୱର୍ ସରପଞ୍ଚ, ସମିତିସଭ୍ୟ, ୩୦୦ରୁ ଅଧିକ ଆଗଧାଡ଼ିର ନେତା କର୍ମୀ । ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ । ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ୧୫ରୁ ଅଧିକ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ୩୦୦ରୁ ଅଧିକ ଆଗଧାଡିର ନେତା ଓ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଯାଜପୁର ସାଂସଦ ରବିନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଜି କୋରେଇ ବ୍ଲକ୍ ଜହ୍ନା ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ସାହୁ, ଗୋଲେଇପୁର ସରପଞ୍ଚ ସସ୍ମିତା ମାଝୀ, ପାଟରଙ୍ଗା ସରପଞ୍ଚ ରଞ୍ଜନ ଦାସ, ଗୌରପୁର ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ହଳଦୀଗଡିଆ ସମିତିସଭ୍ୟ ଉଦୟ କୁମାର ନାୟକ, ବରୁଣ୍ଡେଇ ସମିତିସଭ୍ୟ ରଶ୍ମିରଂଜନ ପରିଡ଼ା, ପାଣିକୋଇଲି ସରପଞ୍ଚ ପଦ୍ମାବତୀ ପଣ୍ଡା, ତଣ୍ଡରା ସରପଞ୍ଚ ମାମୁନି ମହାନ୍ତିଙ୍କ ସମେତ ଏହି ନିର୍ବାଚନମଣ୍ଡଳି ଅନ୍ତର୍ଗତ ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ସରପଞ୍ଚ ସର୍ବେଶ୍ଵର ସାହୁ, ଟିକରପଡା ସରପଞ୍ଚ ପଦ୍ମାବତୀ ଭଦ୍ର, ବାହାଦଲାପୁର ସମିତିସଭ୍ୟ ମାମି ମହାନ୍ତି, ମୁଗୁପାଳ ସରପଞ୍ଚ ପ୍ରଜ୍ଞା ପରମିତା ମଲ୍ଲିକ ଓ ମୁଗପାଳ ସମିତିସଭ୍ୟ ନରୋତ୍ତମ ସାହୁ ପ୍ରମୁଖ ବହୁ ସଂଖ୍ୟାରେ ବିଜେଡି କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ୫ହଜାରରୁ ଅଧିକ ବିଜେପି କର୍ମୀ ସାମିଲ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି