Masthead

ତଥ୍ୟ ଦିଅ ନ ହେଲେ ପସ୍ତେଇବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଧିକାରୀଙ୍କ ଭିତରେ ପଶିଲା ଛନକା । ମୋହନ ସରକାର ମାଗିଲେ ସଂପତ୍ତି ତାଲିକା । ଦେଲେ ଡେଡଲାଇନ । ଦାଖଲ କର ସ୍ଥାବର ଅସ୍ଥାବର ସମ୍ପତ୍ତି ତାଲିକା । ନଚେତ ହେବ ନାହିଁ ପଦୋନ୍ନତି । ଯାହାକୁ ନେଇ ପାୱାର କରିଡରରେ ହଲଚଲ । ସାଧାରଣ ଓ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତଙ୍କ ଦପ୍ତରକୁ ପଠାଯାଇଛି । ଏଚଆରଏମଏସ ପୋଟାଲରେ ସମସ୍ତ ତଥ୍ୟକୁ ଦାଖଲ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଜାନୁଆରୀ ୧ରୁ ତଥ୍ୟ ଦାଖଲ ସମୟ ରଖାଯାଇଥିବା ବେଳେ ଜାନୁଆରୀ ୩୧ସୁଦ୍ଧା ଦାଖଲର ଶେଷ ତାରିଖ ଧାର୍ଯ୍ୟ ହୋଇଛି । ଗ୍ରୁଫ ଏରୁ ନେଇ ଗ୍ରୁଫ ଡିର ଅଧିନସ୍ଥ ସମସ୍ତ ସରକାରୀ ବାବୁ ବାର୍ଷିକ ରିପୋର୍ଟ ପ୍ରଦାନ କରିବା ବାଧ୍ୟ । ଯଦି ଏହି ସମୟ ଭିତରେ ନ ତଥ୍ୟ ସାର୍ବଜନୀନ ନ କରନ୍ତି ତେବେ ପର ମୂହୁର୍ତ୍ତରେ ଆକ୍ସନ ହୋଇପାରେ । ଏବଂ ପମୋସନରେ ବାଧକ ସୃଷ୍ଟି ହୋଇପାରେ । ଯେଉଁଥିପାଇଁ ଚିନ୍ତାରେ ପଡିଛନ୍ତି ଅଧିକାରୀ ।

ନୂଆ ସରକାର ଗଠନ ଦିନ ଠାରୁ ଏମିତିରେ ମୁଣ୍ଡ ବିନ୍ଧା ପାଲଟିଛି । କାହିଁକି ନା ମୋହନ ସରକାର ଦୁର୍ନୀତି ଖୋରଙ୍କ ଉପରେ ଭାରି ପଡିବାରେ ଲାଗିଛନ୍ତି । ପ୍ରତ୍ୟେକ ଦିନ କେହି ନା କେହି ଭିଜିଲାନ୍ସ ଜାଲରେ ପଡୁଛନ୍ତି । ତଳଠୁ ନେଇ ଉପର ସ୍ତରର ପର୍ଯ୍ୟନ୍ତ । ବାବୁଙ୍କୁ ଜେଲର ଚାରିକାନ୍ଥ ଦେଖିବାକୁ ପଡିଲାଣି । ଆଉ ଏ ନିଦେ୍ର୍ଦଶ ପରେ ହରଡ଼ଘଣାରେ ପଡିଯାଇଛନ୍ତି ଖାଉ ବାବୁ ସମୂହ । କାହିଁକି ନା ବିଜେଡି ସରକାରରେ ତାଲିକା ଦେଉଥିଲେ ସୁଦ୍ଧା ଅନେକ ବଡ଼ ବାବୁ ମାନେ ଏହାକୁ ଫାଙ୍କି ଆସୁଥିଲେ । ଯାହା ଫଳରେ ଆକ୍ସନରୁ ବର୍ତ୍ତି ଯାଉଥିଲେ । ହେଲେ ଏବେ ସେହି ଅଧିକାରୀଙ୍କ ଉପରେ ସରକାରଙ୍କ ଆଖି ଯେଉଁମାନେ ସରକାରଙ୍କ ଆଗରେ ବ୍ୟବସ୍ଥା ପଛରେ କରୁଛନ୍ତି ଦୁର୍ନୀତି । ଏବେ ଅଧିକାରୀମାନେ ତଥ୍ୟ ନ ଦେଲେ ବାଜିବ ଛାଟ । ପ୍ରମୋସନରେ ଲାଗିବ ବ୍ରେକ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ