Masthead

ଆଜିଠୁ କମ୍ପିବ ମଥୁରା ନଗରୀ 

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟ । କଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳ । ଜାତୀୟ ଓ ଅନ୍ତର୍ଜାତୀୟ ଦଳର ୫ ହଜାର କଳାକାର ନାଚିବେ । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ ଗୁଡ଼ିକ ଏଥର ଯେମିତି ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ଧନୁଯାତ୍ରା କମିଟି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଏହାର ନିର୍ମାଣ ପାଇଁ କାରିଗର ମାନେ ଦିନରାତି କାମ ଜାରି ରଖିଛନ୍ତି ।

ଯାତ୍ରା ସମୟରେ ସହରକୁ ସ୍ୱଚ୍ଛ ସୁନ୍ଦର କରିବା ପ୍ରୟାସ ଜାରି ରଖିଛି ଜିଲ୍ଲା ପ୍ରଶାସନ । ବରଗଡ଼ ଧନୁଯାତ୍ରା ଚଳିତଥର ୭୭ ବର୍ଷରେ ପଦାର୍ପଣ କରିଛି । ଆଜିଠୁ ଜାନୁଆରୀ ୧୩ ତାରିଖ ପରର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା । ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଞ୍ଚଳ ହୋଇଉଠିଛି । ବରଗଡ଼ ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୬୦ ଫୁଟ ଉଚ୍ଚତା ଏବଂ ୧୨୦ ଫୁଟ ପ୍ରସ୍ଥର ରାଜଦରବାର ନିର୍ମାଣ ସରିଛି । କଲିକତାରୁ ୨୫ ଜଣ କାରିଗର ଆସି ଦିନରାତି କାମ କରୁଛନ୍ତି । ସେହିପରି ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ମହାରାଜ କଂସଙ୍କ ରଙ୍ଗ ମହଲର ନିର୍ମାଣ ଚାଲିଛି । ବରଗଡ଼ର ପ୍ରାୟ ସାତ କିଲୋମିଟର ପରିଧି ମଧ୍ୟରେ ୧୪ ଟି ମଂଚରେ ଏହି ଧନୁଯାତ୍ରା ମହୋତ୍ସବ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି