Masthead

‘ମୁଁ ଅବସର ନେଇନି, ଏହି ମ୍ୟାଚରୁ ଓହରିଛି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ସିଡନୀ ଟେଷ୍ଟ ନଖେଳିବା ନେଇ ମୁହଁ ଖୋଲିଲେ ରୋହିତ ଶର୍ମା ।  କହିଲେ ମୁଁ ଅବସର ନେଇନି, ଏହି ମ୍ୟାଚରୁ ଓହରିଛି । କେବଳ ଗୋଟିଏ ଖେଳରୁ ବିଶ୍ରାମ ନେଇଛି । ଦଳର ହିତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି । ଖେଳରେ ୨ ମାସ କିମ୍ବା ୫ ମାସରେ ଫର୍ମ ବଦଳିଯାଇପାରେ । ଏବେ ସେ କ୍ରିକେଟ୍ ଛାଡି ଯାଉନାହାନ୍ତି ବୋଲି କହିଛନ୍ତି ରୋହିତ ଶର୍ମା । ପରିଶ୍ରମ କରି ପୁଣି ଥରେ କମ୍‌ବ୍ୟାକ୍ କରିବେ । ଏବେ ରନ୍‌ ଆସୁନାହିଁ ହେଲେ ୫ ମାସ ପରେ ରନ୍‌ ଆସିବ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଷ୍ଟାର ସ୍ପୋର୍ଟସ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ରୋହିତ ଶର୍ମା ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିନଥିଲେ ରୋହିତ । ଏହାପରେ ଖେଳିଥିବା ତିନିଟି ଟେଷ୍ଟରେ ରୋହିତଙ୍କ ବ୍ୟାଟ୍ ଚାଲିନଥିଲା । ଫଳରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ରୋହିତଙ୍କୁ । ଏହା ପରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳୁନାହାନ୍ତି ରୋହିତ । ଶେଷ ଟେଷ୍ଟରୁ ଅଧିନାୟକ ରୋହିତ ବାଦ୍ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଆଜି ରୋହିତ ଶର୍ମା ମୁହଁ ଖୋଲିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା