Masthead

ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ୟ୍ୟ । ପୁଷ୍ୟାଭିଷେକ ନୀତି, ମକର ସଂକ୍ରାନ୍ତି, ସୁନାବେଶ, ନବାଙ୍କ ବେଶ ଭଳି ବିଭିନ୍ନ ନୀତି ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ମରାମତି କାମ ବନ୍ଦ ରହିଥିଲା । ଆଜିଠୁ ପୁଣିଥରେ ମରାମତି କରାଯିବ। ଆଜି ପଥର ରିପ୍ଲେସମେଣ୍ଟ କାର୍ଯ୍ୟ ଜାରି ରହିବ। ପ୍ରଥମେ ଭର୍ଟିକାଲ୍ କ୍ରାକ୍ସ ଓ ପରେ ଚଟାଣରେ ଥିବା ମୂଷା ଗାତ ମରାମତି କାର୍ଯ୍ୟ କରାଯିବ ।

୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା । ଆଗକୁ ଅଧିକ ସମୟ ଆବଶ୍ୟକତା ରହିଛି । ତାହେଲେ ରତ୍ନଭଣ୍ଡାର ମରାମତି ସମୟ ଧାର୍ୟ୍ୟ ପୂର୍ବରୁ ଶେଷ ହୋଇପାରିବ। ଆଉ ଏପଟେ ଶ୍ରୀମନ୍ଦିର ନାଟମଣ୍ଡପ ଧାଡିଦର୍ଶନ ଲାଗୁ ପାଇଁ ପୁଣିଥରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଭିଡକୁ ଦୃଷ୍ଟିରେ ରଖାଯାଇ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଯୋଗମାନଙ୍କ ସହ ଆଲୋଚନା କରାଯାଉଛି । ପ୍ରକ୍ରିୟା ଶେଷ ପରେ ଲାଗୁ ହେବ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ