Masthead

ମୁଖ୍ୟମନ୍ତ୍ରୀ ମାଗିଲେ ନବ ଦାସଙ୍କ ହତ୍ୟାକାଣ୍ଡର ରିପୋର୍ଟ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଖୋଲିଲା ବାଟ, ହେବ ସିବିଆଇ ତଦନ୍ତ । ମୁଖ୍ୟମନ୍ତ୍ରୀ ନେଲେ ରାଜ୍ୟସ୍ତରୀୟ ଆଇନ ଶୃଙ୍ଖଳା ବୈଠକ । ଉଠାଇଲେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା କଥା । ବିଭାଗକୁ ମାଗିଲେ ତଥ୍ୟ । ରିପୋର୍ଟ ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ । ନବଙ୍କ ପରିବାର ସରକାରଙ୍କୁ ଚିଠି ଲେଖିବା ମାତ୍ରେ ସିବିଆଇକୁ ତଦନ୍ତ ଭାର ଦେବାକୁ ସରକାର ପ୍ରସ୍ତୁତ । ବିଶେଷ ସୂତ୍ରରୁ ଖବର ହସ୍ତକ୍ଷେପ ହୋଇଅଛି । ସେପଟେ ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଦୀପାଳି କହିଛନ୍ତି, ସିବିଆଇ ତଦନ୍ତ ନେଇ ପରିବାର ସହ ସେ ଆଲୋଚନା କରୁଛନ୍ତି। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଜଣାଇବେ। ଏହା ସହ ଆଗକୁ ତଦନ୍ତରେ ତାଙ୍କ ପୂରା ପରିବାର ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି। ଦୀପାଳିଙ୍କ ଏଭଳି ବୟାନକୁ ସ୍ୱାଗତ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। କହିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଦୀପାଳି କୋର୍ଟକୁ ମଧ୍ୟ ଲେଖି ଜଣାଇବା ଦରକାର। ପୂର୍ବ ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି। ତାପରେ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦ୍ଦେଶ ନିଷ୍ପତ୍ତି ନେବେ। ଏହା ସହ କହିଛନ୍ତି ସିବିଆଇ ତଦନ୍ତ ଭାର ନେଲେ ହତ୍ୟାକାଣ୍ଡ ପଛରେ ଥିବା ଉଦ୍ଦେଶ୍ୟ ସହ ରାଜନେତା ଏବଂ ଅଫିସରଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼