Masthead

ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋ ସେବା

ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତରେ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରନକୁ ସଫଳତା ମିଳିବା ପରେ ଏବେ ଦେଶରେ ବନ୍ଦେ ମେଟ୍ରୋ ଯୋଜନା ଆରମ୍ଭ ହେବାକୁ ଯାଉଛି । ରେଳବାଇର ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ୨୦୨୪ ଜୁଲାଇ ମାସ ସୁଦ୍ଧା ବନ୍ଦେ ଭାରତ ଏହାର ଟ୍ରାଏଲ ରନ୍ ଆରମ୍ଭ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଖୁବ୍ ଶୀଘ୍ର ମେଟ୍ରୋ ସେବା ଯୋଗାଇ ଦିଆଯିବା ନେଇ ଯୋଜନା କରାଜାଇଛି । ଏହାର ପରୀକ୍ଷା ଆଉ ଦୁଇ ମାସ ମଧ୍ୟରେ ଆରମ୍ଭ ହେବ । ଯାତ୍ରୀଙ୍କ ସୁବିଧା ନିମନ୍ତେ ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଡିଜାଇନ୍ କରାଯାଇଛି ।

ମେଟ୍ରୋ ସେବା ଆରମ୍ଭ ହେବା ଦ୍ୱାରା ଖୁବ କମ ସମୟରେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରିପାରିବେ । ମେଟ୍ରୋରେ ସ୍ୱୟଂଚାଳିତ କବାଟ, ଶୀତତାପ ନିୟନ୍ତ୍ରଣ, ଉଚ୍ଚ ଆରାମ ସାଙ୍ଗକୁ ଏଥିରେ ଅନେକ ଫିଚର୍ସ ମିଳିବ ଯାହା ବର୍ତ୍ତମାନ  ମେଟ୍ରୋ ଟ୍ରେନରେ ଉପଲବ୍ଧ ନାହିଁ । ଏହାର ବେଗ ଘଣ୍ଟା ପ୍ରତି ୧୩୦ କିଲୋମିଟର ରହିବ । ଏହି ଟ୍ରେନରେ ୧୨ଟି କୋଚ୍ ରହିବ । ସର୍ବାଧିକ ୧୬ଟି କୋଚ୍ ରହିପାରିବ । ଏହି ମେଟ୍ରୋ ଟ୍ରେନ୍ ୧୨୪ଟି ସହରକୁ ସଂଯୋଗ କରିବ । ଯେଉଁଥିରେ- ଲକ୍ଷ୍ନୌ-କାନପୁର, ଆଗ୍ରା-ମଥୁରା । ଦିଲ୍ଲୀ-ରେୱାରୀ, ଭୁବନେଶ୍ୱର-ବାଲେଶ୍ୱର, ଏବଂ ତିରୁପତି-ଚେନ୍ନାଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା