Masthead

ପହିଲାରୁ ପ୍ରବଳ ଖରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପହିଲାରୁ ଖରା ତାତି । ଏ ବର୍ଷ ହୋଇପାରେ ଅସମ୍ଭାଳ ଖରା । ଫେବୃଆରୀ ଆରମ୍ଭରୁ ପାରଦ ଉପରମୁହାଁ । ଏ ବର୍ଷ ପ୍ରଥମ ଥର ପାଇଁ ଦିନ ତାପମାତ୍ରା ଶନିବାର ୩୫ ଡିଗ୍ରୀ ଟପିଛି । ମଧ୍ୟାହ୍ନରେ ଖରାଦିନ ଭଳି ତାତି ଅନୁଭୂତ ହେଉଛି । ରବିବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଶନିବାର ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୫.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

ଝାରସୁଗୁଡ଼ାରେ ୩୫.୨ ଓ ବଲାଙ୍ଗିରରେ ୩୫ ଡିଗ୍ରୀ ରହିଛି । ସମ୍ବଲପୁର ଓ ହୀରାକୁଦରେ ଦିନ ତାପମାତ୍ରା ୩୪.୭ ରହିଥିଲା । ଭବାନୀପାଟଣାରେ ୩୪ ଡିଗ୍ରୀ ଥିଲା। ସେପଟେ ରାତି ତାପମାତ୍ରା ବି ବଢ଼ିବା ଯୋଗୁ ବିଶେଷ ଶୀତ ଅନୁଭୂତ ହେଉନି । ଅଧିକାଂଶ ସ୍ଥାନରେ ରାତି ବେଳା ପାରଦ ୧୬ ଓ ୧୭ ଡିଗ୍ରୀ ଉପରେ ରହୁଛି । ପୁରୀରେ ରାତି ତାପମାତ୍ରା ସର୍ବାଧିକ ୨୪.୨ ଡିଗ୍ରୀ ରହିଥିଲା । ପାରାଦୀପରେ ୨୩.୨, ଚାନ୍ଦବାଲିରେ ୨୨.୯ ଓ ଭୁବନେଶ୍ୱରରେ ୨୨.୪ ଡିଗ୍ରୀ ଥିଲା । ଫୁଲବାଣୀରେ ପାରଦ ସବୁଠୁ କମ୍‌ ୧୫ ଡିଗ୍ରୀ ରହିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ