Masthead

ଆସନ୍ତାକାଲି ଭୋଟ ଦେବ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଭୋଟ୍ ଦେବ ରାଜଧାନୀ । ବୁଧବାର ଦିଲ୍ଲୀ ବିଧାନସଭା ନିର୍ବାଚନ । ୭୦ ଆସନ ବିଶିଷ୍ଟ ବିଧାନସଭାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ତେବେ ଭୋଟିଂର ୪୮ ଘଣ୍ଟା ପୂର୍ବରୁ ରାଜଧାନୀରେ ପ୍ରଚାର ଥମିଛି । ସେପଟେ ପୋଲିଂ ପାର୍ଟି ମଧ୍ୟ ବୁଥ୍‌ରେ ପହଞ୍ଚିଲେଣି । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କାଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଫେବ୍ରୁଆରୀ ୮ ତାରିଖରେ ମତଗଣତି ହେବ ।

ଦିଲ୍ଲୀରେ ପ୍ରାୟ ୧.୫୬ କୋଟି ପଞ୍ଜୀକୃତ ମତଦାତା ୧୩, ୭୬୬ଟି ମତଦାନ କେନ୍ଦ୍ରରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ମୋଟ୍ ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ହେଉଛନ୍ତି ପୁରୁଷ ରହିଥିବା ବେଳେ ୭୨.୩୬ ଲକ୍ଷ ହେଉଛନ୍ତି ମହିଳା । ୧, ୨୫୭ ଜଣ ତୃତୀୟ ଲିଙ୍ଗୀ ବି ସାମିଲ । ଦିବ୍ୟାଙ୍ଗମାନଙ୍କ ଲାଗି ୭୩୩ଟି ମତଦାନ କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି । ନିର୍ବାଚନ ଆୟୋଗ ଦିଲ୍ଲୀରେ ପାରା ମିଲିଟାରୀ ଫୋର୍ସର ୨୨୦ କମ୍ପାନୀ ମୁତୟନ କରିଛନ୍ତି । ସେହିପରି ୧୯ ହଜାର ହୋମଗାର୍ଡ ଓ ୩୫ ହଜାର ୬୨୬ ଜଣ ଦିଲ୍ଲୀ ପୁଲିସ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ