Masthead

ଡ୍ରୋନରେ ପହଞ୍ଚିଲା ଦିବ୍ୟାଙ୍ଗ ଭତ୍ତା

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଡ୍ରୋନ୍‌ ଦ୍ୱାରା ହିତାଧିକାରୀଙ୍କ ପାଖରେ ପହଞ୍ଚିଲା ଭତ୍ତା । ନୂଆପଡ଼ା ଭାଳେଶ୍ୱର ପଞ୍ଚାୟତର ଭୁତକାପଡାର ଜଣେ ଦିବ୍ୟଙ୍ଗ ହେତରାମ ସତନାମୀଙ୍କ ଘରକୁ ଡ୍ରୋନ ସହାୟତାରେ ତାଙ୍କର ଭତ୍ତା ପହଞ୍ଚାଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ସରପଞ୍ଚ ସରୋଜ ଅଗ୍ରୱାଲ। ହିତାଧିକାରୀ ହେତରାମ ସତନାମୀ ଭତ୍ତା ଆଣିବା ପାଇଁ ପଞ୍ଚାୟତ କାର୍ୟ୍ୟାଳୟକୁ ଯିବା ସମ୍ଭବ ହେଉନଥିଲା । ତେଣୁ ସରପଞ୍ଚ ସରୋଜ ଅଗ୍ରଓ୍ଵାଲ ଏଭଳି ଅଭିନବ ଉପାୟରେ ଡ୍ରୋନ୍‌ ସହାୟତାରେ ଭତ୍ତା ଟଙ୍କା ପଠାଇଥିଲେ । ଏହାଦ୍ୱାରା ସେମାନଙ୍କୁ ଆଉ ପଞ୍ଚାୟତ ଆସିବାକୁ ପଡିବ ନାହିଁ ତା ସହିତ ଏହା କରିବା ଦ୍ୱାରା ସେମାନେ ଉତ୍ସାହିତ ମଧ୍ୟ ହେବେ । ଆଗକୁ ପଞ୍ଚାୟତର ଦିବ୍ୟଙ୍ଗମାନଙ୍କ ପାଖକୁ ଏମିତି ଡ୍ରୋନ ସାହାଯ୍ୟରେ ଭତ୍ତା ପଠାଇବୁ ବୋଲି କହିଛନ୍ତି ସରୋଜ। ନିଜ ଘର ଆଗରେ ରହି ହେତରାମ ଡ୍ରୋନ୍‌ରୁ ନିଜର ଭତ୍ତା ଗ୍ରହଣ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି। ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳର ସମସ୍ତେ ପ୍ରସଂଶା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ