Masthead

ଆଜିଠୁ ଦିଲ୍ଲୀରେ ରେଖା ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ରେଖା ରାଜ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପରବେଶ ବର୍ମା । ନୂଆଦିଲ୍ଲୀର ରାମଲୀଳା ମୈଦାନରେ ଶପଥ ସମାରୋହ । ଦିଲ୍ଲୀର ଶାଲିମାର ବାଗ ଆସନରୁ ଜିତିଛନ୍ତି ରେଖା ଗୁପ୍ତା । ଦିଲ୍ଲୀର ନବମ ସିଏମ ଓ ଚତୁର୍ଥ ମହିଳା ସିଏମ ହେବେ ରେଖା ।  ତେବେ ମୋଟ ୩ ହଜାର ଅତିଥି ସାମିଲ ସମ୍ଭାବନା ରହିଛି । ଶପଥ ଗ୍ରହଣ ଉତ୍ସବ ପାଇଁ ତିନୋଟି ମଞ୍ଚ ତିଆରି କରାଯିବ ।

ପ୍ରଥମ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ, ଉପରାଜ୍ୟପାଳ ଏବଂ ନୂତନ ମୁଖ୍ୟମନ୍ତ୍ରୀ ବସିବେ । ଦିତ୍ବୀୟ ମଞ୍ଚରେ ଧାର୍ମିକ ନେତାମାନେ  ବସିବେ । ତୃତୀୟ ମଞ୍ଚରେ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ରହିବେ । ଭିଭିଆଇପି ଅତିଥିଙ୍କ ସହ ବସ୍ତିବାସିନ୍ଦାଙ୍କୁ ନିମନ୍ତ୍ରଣ କରାଯାିଛି । କ୍ରୀଡା,ରାଜନୀତି,ଶିଳ୍ପପତି କ୍ଷେତ୍ରରୁ ଆସିବେ ବଛାବଛା ଅତିଥି । ଦିନ ୧୧.୩୦ରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ କାର୍ଯ୍ୟକ୍ରମ । ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ