ରାତି ଅଧିଆ ସାରିଲେ ରାସ୍ତା କାମ

ଚିଲିକା, (ବଡ଼ ଖବର ବ୍ୟୁରୋ): ରାତାରାତି ସରିଲା ରାସ୍ତା କାମ। କଥାଟା ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଅଙ୍ଗନବାଡି କେନ୍ଦ୍ରଠାରୁ ମା’ ଉତ୍ତରାୟଣୀ ମନ୍ଦିର ଯାଏ ମନରେଗା ଯୋଜନାରେ ଅନୁମୋଦିତ ମୋରମ ରାସ୍ତା ପାଇଁ ଆସିଥିଲା ୨ ଲକ୍ଷ ଟଙ୍କା। ତେବେ ବିନା କାମରେ ୭୬ ହଜାର ୭୯୭ ଟଙ୍କା ଉଠାଯାଇଥିବା ନେଇ ତଥ୍ୟପ୍ରମାଣ ସହ ଦୁଇଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ ଭୟରେ ଜିଆରଏସ ଦୁଇ ରାତି ହେଲା ଲୁଚା ଚୋରାରେ ଉକ୍ତ ରାସ୍ତାରେ ଜେସିବି ଏବଂ ଟ୍ରାକ୍ଟର ଦ୍ୱାରା ମାଟି ପକାଉଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଲୋକେ।

ଅପରପକ୍ଷରେ ତଦନ୍ତକାରୀ ଦଳ ଆସୁଥିବା ଶୁଣି ରାତାରାତି ସମ୍ପୃକ୍ତ ରାସ୍ତାରେ ମାଟି ପକାଇଥିବା ଦେଖିବାକୁ ମିଳିଛି। ଦୁର୍ନୀତି ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଜିଆରଏସ୍‌ କାର୍ଯ୍ୟ କରିବା ପାଇଁ ତତ୍ପର ହେବା ଭଲ କଥା। କିନ୍ତୁ ଦୁର୍ନୀତିକୁ ଲୁଚାଇବାକୁ ଯାଇ ଆଉ ଏକ ଦୁର୍ନୀତି କରିବା ବଡ଼ ଅପରାଧ। ଅପରପକ୍ଷରେ ତଦନ୍ତକାରୀ ଦଳ ଅଥବା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସମ୍ପୃକ୍ତ କାମକୁ ଠିକ୍‌ ଭାବରେ ଅନୁସନ୍ଧାନ କରି ସତ୍ୟକୁ ସାମ୍ନାକୁ ଆଣିବେ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଲୋକେ। ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’