Masthead

ଜନସାଧାରଣଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଲୋକାର୍ପିତ

ଟିଟିଲାଗଡ଼, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ଜୁନିୟର ଓ୍ଵିଙ୍ଗଠାରେ ଏକ ନିରାଡ଼ମ୍ବର ଉତ୍ସବ ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ସେବା ପ୍ରଦାନ ପାଇଁ ସ୍କୁଲ ସଭାପତି ଶଙ୍କର ଗୁପ୍ତା ଚାରୋଟି ଅମ୍ଳଜାନ ସିଲିଣ୍ଡର ପ୍ରଦାନ କରିଛନ୍ତି। ଶୁକ୍ରବାର ସକାଳେ ମୁଖ୍ୟ ଅତିଥିଭାବେ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏବଂ ସରକାରୀ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବଳରାମ ସାହୁ ଏହାକୁ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଉପସଭାପତି ଆନନ୍ଦ ଜୈନ, ଟ୍ରଷ୍ଟି ଶ୍ୟାମା ଦେଵୀ ଅଗ୍ରୱାଲ ଏବଂ ସ୍କୁଲ ଅଧ୍ୟକ୍ଷା ସୁନନ୍ଦା ଜାତି ମଞ୍ଚାସୀନ ଥିଲେ। ଏହି ଅବସରରେ ଏସଡିପିଓ ଶତପଥୀ କୋଭିଡ ନିୟମ ମାନି ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏପରି ମହତ କାମ କରିଥିବାରୁ ସ୍କୁଲ କମିଟିକୁ ଧନ୍ୟବାଦ ଜ୍ଞାପନ କରିଥିଲେ ଅନ୍ୟତମ ଅତିଥି ଡାକ୍ତର ସାହୁ। ଏହି ସିଲିଣ୍ଡର ଦିନରେ ଗୋୟଲ କମ୍ପ୍ଲେକ୍ସ ସାମ୍ନାରେ ଥିବା ଜୈନ କଲେକ୍ସନ ଏବଂ ରାତିରେ ଡାକ୍ତରଖାନା ପରିସରରେ ରଖିବାକୁ ବ୍ୟବସ୍ଥା କରାଯାଇଛି। ଅମ୍ଳଜାନ ଆବଶ୍ୟକ ହେଲେ ମେଡିକାଲ ପରିସରରେ ଥିବା ଜୟଭାରତ ମେଡିକାଲ ସହ ଯୋଗାଯୋଗ କଲେ ଏହା ଉପଲବ୍ଧ ହୋଇପାରିବ ବୋଲି ଜୈନ କହିଥିଲେ। ନଜରୁଲ ପୁଟେଲ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟର କୋଅର୍ଡିନେଟର ପ୍ରମୋଦ କୁମାର ପାଲ, ଚିତ୍ତରଞ୍ଜନ ଚାନ୍ଦ, ଵାଵିଲ ନାଗ ସହଯୋଗ କରିଥିଲେ। ଉଦୟ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା