ଜନସାଧାରଣଙ୍କ ପାଇଁ ଅମ୍ଳଜାନ ସିଲିଣ୍ଡର ଲୋକାର୍ପିତ

ଟିଟିଲାଗଡ଼, (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକସ୍ଥିତ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ଜୁନିୟର ଓ୍ଵିଙ୍ଗଠାରେ ଏକ ନିରାଡ଼ମ୍ବର ଉତ୍ସବ ଅନୁଷ୍ଠିତ ହୋଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ସେବା ପ୍ରଦାନ ପାଇଁ ସ୍କୁଲ ସଭାପତି ଶଙ୍କର ଗୁପ୍ତା ଚାରୋଟି ଅମ୍ଳଜାନ ସିଲିଣ୍ଡର ପ୍ରଦାନ କରିଛନ୍ତି। ଶୁକ୍ରବାର ସକାଳେ ମୁଖ୍ୟ ଅତିଥିଭାବେ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀ ଏବଂ ସରକାରୀ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ବଳରାମ ସାହୁ ଏହାକୁ ଲୋକାର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଉପସଭାପତି ଆନନ୍ଦ ଜୈନ, ଟ୍ରଷ୍ଟି ଶ୍ୟାମା ଦେଵୀ ଅଗ୍ରୱାଲ ଏବଂ ସ୍କୁଲ ଅଧ୍ୟକ୍ଷା ସୁନନ୍ଦା ଜାତି ମଞ୍ଚାସୀନ ଥିଲେ। ଏହି ଅବସରରେ ଏସଡିପିଓ ଶତପଥୀ କୋଭିଡ ନିୟମ ମାନି ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ସହ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।

ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏପରି ମହତ କାମ କରିଥିବାରୁ ସ୍କୁଲ କମିଟିକୁ ଧନ୍ୟବାଦ ଜ୍ଞାପନ କରିଥିଲେ ଅନ୍ୟତମ ଅତିଥି ଡାକ୍ତର ସାହୁ। ଏହି ସିଲିଣ୍ଡର ଦିନରେ ଗୋୟଲ କମ୍ପ୍ଲେକ୍ସ ସାମ୍ନାରେ ଥିବା ଜୈନ କଲେକ୍ସନ ଏବଂ ରାତିରେ ଡାକ୍ତରଖାନା ପରିସରରେ ରଖିବାକୁ ବ୍ୟବସ୍ଥା କରାଯାଇଛି। ଅମ୍ଳଜାନ ଆବଶ୍ୟକ ହେଲେ ମେଡିକାଲ ପରିସରରେ ଥିବା ଜୟଭାରତ ମେଡିକାଲ ସହ ଯୋଗାଯୋଗ କଲେ ଏହା ଉପଲବ୍ଧ ହୋଇପାରିବ ବୋଲି ଜୈନ କହିଥିଲେ। ନଜରୁଲ ପୁଟେଲ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟର କୋଅର୍ଡିନେଟର ପ୍ରମୋଦ କୁମାର ପାଲ, ଚିତ୍ତରଞ୍ଜନ ଚାନ୍ଦ, ଵାଵିଲ ନାଗ ସହଯୋଗ କରିଥିଲେ। ଉଦୟ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ