Masthead

ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନ ଲାହୋରରେ ବଡ଼ ଧରଣର ବିସ୍ଫୋରଣ । ଭାରତ-ପାକିସ୍ତାନ ଟେନସନ୍‌ ମଧ୍ୟରେ ଲାହୋରରେ ବିସ୍ଫୋରଣ । ଏକାଧିକ ସ୍ଥାନରେ ସିରିଜ ବିସ୍ଫୋରଣ ହୋଇଥିବା ସୂଚନା । ବାଲ୍ଟନ ରୋଡ୍‌, ଗୋପାଲନଗରର ବିଭିନ୍ନ ସ୍ଥାନରେ ବିସ୍ଫୋରଣ । ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ଆଜି ସକାଳୁ ପାକିସ୍ତାନ ସେନା ଗାଡି ଉପରେ ବଡ ଆଇଇଡି ଆକ୍ରମଣ କରିଛି ବଲୁଚିସ୍ତାନ୍ । ଭାରତର ଏୟାର ଷ୍ଟ୍ରାଇକକୁ କେଇ ଘଣ୍ଟା ବିତିନଥିବା ବେଳେ ପାକିସ୍ତାନ ଲାହୋରରେ ୩ଟି ବଡ ବିସ୍ଫୋରଣ ହୋଇଛି । ଲାହୋରର ବ୍ଲାଟନ ରୋଡ୍‌ରେ ଜୋରଦାର ବିସ୍ଫୋରଣ ହୋଇଛି । ଏହି ୩ଟି ବଡ ବିସ୍ଫୋରଣ ପରେ ଲାହୋରରେ ଏୟାରପୋର୍ଟକୁ ବନ୍ଦ କରାଯାଇଛି ।

ଇସଲାମାବାଦ ଏୟାରପୋର୍ଟ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ୩ଟି ସ୍ଥାନରେ ମିସାଇଲ୍ ମାଡ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀ ସୂଚନା ଦେଇଛନ୍ତି । କିନ୍ତୁ ଏହି ଆକ୍ରମଣ କିଏ କରିଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ସେପଟେ, ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହୋଇଛି । ୧୦ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ ସୂଚନା ମିଳିଛି । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବିଏଲଏ । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ! 🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!