Masthead

ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଡେମୋ ଦେଖାଇଲା ଭାରତୀୟ ସେନା । କେମିତି ଧ୍ୱଂସ କରିଥିଲା ପାକିସ୍ତାନର ଡ୍ରୋନ । ପହଲଗାମ ହମଲ ପରେ ବିଚଳିତ ହୋଇଥିଲା ପାକିସ୍ତାନ । ଭାରତର ଅନେକ ସହର ଧ୍ୱଂସ କରିବା ଲକ୍ଷ୍ୟରେ କରିଥିଲା ଘନ ଘନ ମିସାଇଲ ଓ ଡ୍ରୋନ ଆଟାକ । ଆଉ ତାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ଇଣ୍ଡିଆ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ବିଫଳ କରିଥିଲା । ତେବେ ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପାକିସ୍ତାନର ଟାର୍ଗେଟ ଥିଲା ଅମୃତସରର ସ୍ୱର୍ଣ୍ଣ ମନ୍ଦିର । ପଞ୍ଜାବର ଅମୃତସହର ଥିବା ସ୍ୱର୍ଣ୍ଣ ମନ୍ଦରରକୁ ଧ୍ୱଂସ କରିବା ଲକ୍ଷ୍ୟରେ ରଚିଥିଲା ପ୍ଲାନ । ହେଲେ କବଚ ପାଲଟିଥିଲା ଭାରତୀୟ ବ୍ୟବସ୍ଥା । ସ୍ୱର୍ଣ୍ଣ ମନ୍ଦିରକୁ ଦେଇଥିଲା ସୁରକ୍ଷା । ଆକାଶ ମିସାଇଲ ଓ ଏଲ-୭୦ ଏୟାର ଡିଫେନ୍ସ ଗନ ପାକିସ୍ତାନ ପଟୁ ଆସିଥିବା ମିସାଇଲ ଓ ଡ୍ରୋନକୁ ଅକାମୀ କରିଦେଇଥିଲା ।

ତେବେ କେମିତି କାମ କରିଥିଲା ଏୟାର ଡିପେନ୍ସ ସିଷ୍ଟମ ଯାହାର ଡେମୋ ଦେଖାଇଛି ସେନା । ଅପରେସନ ସିନ୍ଦୂର ପରେ ପାକିସ୍ତାନ ପଟୁ ଆକ୍ରମଣର ଆଶଙ୍କା କରି ସଜାଗ ରହିଥିଲା ସେନା । ସୀମାବର୍ତ୍ତୀ ସହର ଗୁଡିକରେ ଆକ୍ଟିଭ ରହିଥିଲା ଏୟାର ଡିଫେନ୍ସ ସିଷ୍ଟମ । ଆଉ ଯେତେବେଳେ ପାକିସ୍ତାନର ଡ୍ରୋନ୍ ଓ ମିସାଇଲ ଭାରତର ବିଭିନ୍ନ ସହର ଉପରେ ଆଟାକ ହୋଇଥିଲା କମାଲ ଦେଖାଇଥିଲା ଆକାଶ ଓ ଏୟାର ଡିଫେନ୍ସ ଗନ୍ । ପାକିସ୍ତାନର ସବୁ ମିସାଇଲ ଓ ଡ୍ରୋନକୁ ଚିତପଟାଙ୍ଗ କରିଦେଇଥିଲା । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ନିରିହ ଲୋକଙ୍କ ଜୀବନ ଯାଇଥିଲା । ଭାରତ ମେ ୭ ରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀରରେ ପ୍ରମୁଖ ଆତଙ୍କବାଦୀକୁ ଟାର୍ଗେଟ କରି ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଜବାବ ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ