Masthead

ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ । ରେଙ୍ଗାଲି ଡ୍ୟାମ୍‌ରେ ମାଛ ଧରିବା ବେଳେ ବୁଡ଼ିଗଲା ଡଙ୍ଗା । କୁଣ୍ଢେଇଗୋଳା ଥାନା ତଲେଇସର ଡ୍ୟାମ୍‌ ନିକଟରେ ଘଟିଛି ଅଘଟଣ । ବାପା ମାଆ ୨ ଛୁଆକୁ ଧରି ମାଛ ଧରିବାକୁ ଆସିଥିଲେ ପରିବାର । ୨ ମୃତ ଶିଶୁଙ୍କ ମଧ୍ୟରେ ଜଣେ ୬ ବର୍ଷ ଓ ଅନ୍ୟଜଣେ ୩ ବର୍ଷର ଶିଶୁ ରହିଥିବା ଜଣାପଡ଼ିଛି । ତେବେ ଡଙ୍ଗା ବୁଡ଼ିବା ପରେ ବାପା ଗୋଟେ ପୁଅକୁ ଧରି କୂଳକୁ ଆସିଥିଲେ । କୂଳକୁ ଆସିବା ପରେ ପୁଅ ମୃତ ହୋଇଥିବା ଜାଣିପାରିଥିଲେ । ବିଳମ୍ବିତ ରାତିରେ ଡଙ୍ଗା ଓଲଟି ପଡ଼ିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ