Masthead

ଖରାରେ ସିଝୁଛି ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଖରାରେ ସିଝୁଛି ଓଡ଼ିଶା । ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଜଳୁଛି ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ । ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ପାଣିପାଗ ବିଭାଗର ଆକଳନ ୨୪ ତାରିଖ ଯାଏଁ ତାତିରୁ ନିସ୍ତାର ମିଳିବନାହିଁ । ଆଜି ୧୧ ଜିଲ୍ଲାକୁ ଖରା ସାଙ୍ଗକୁ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି । ସେହିପରି ୧୪ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅବା ତା ଉପରେ ରହିବ ବୋଲି ଆକଳନ କରାଯାଇଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରି ଉପରେ ରହିବ ।

ସୋମବାର ବଲାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ରାତିରେ ବି ଅସ୍ୱାଭାବିକ ଗରମ ଅନୁଭୂତ ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ଉପରେ ବିଭିନ୍ନ ସ୍ଥାନରେ ଗରମ ସହ ଗୁଳୁଗୁଳି ଲାଗି ରହିବ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ୧/୨ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେତେକ ଜାଗାରେ ପବନ ଆଶଙ୍କା ଅଛି । ୨୧ରୁ ପୁଣି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ହିଟ୍ ୱେଭ (ଗ୍ରୀଷ୍ମ ପ୍ରବାହ) ଛଟପଟ କରିବ ।

ସେପଟେ ଭୀଷଣ ତାତି ଓ ଗ୍ରୀଷ୍ମପ୍ରବାହ ପାଇଁ ୧୩ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ୱଲପୁର, ନୂଆପଡ଼ା, ନବରଙ୍ଗପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, ଖୋର୍ଦ୍ଧା, ଦେବଗଡ଼, ନୟାଗଡ଼, ଅନୁଗୁଳୁ । ୨୩ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ବନ୍ଦ କରିଛନ୍ତି ଜିଲ୍ଲାପାଳ । ଆଗକୁ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନେବ ଜିଲ୍ଲା ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ଘରୋଇ ଗ୍ୟାସ ଦର 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର । 🔴 ବଢ଼ିଲା ଘରୋଇ ଗ୍ୟାସ ଦର 🔴 ଅଦିନରେ ରଥଯାତ୍ରା ଆଉ ନାହିଁ ଛାଡ୍ । 🔴 ଭିଜିଲାନ୍ସ ଜାଲରେ ITDA ସହକାରୀ ନିର୍ବାହୀ ଯନ୍ତ୍ରୀ 🔴 ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି 🔴 ବଢିପାରେ ଖରା ଛୁଟି ? 🔴 ଆଜି ବିଶ୍ୱ ପରିବେଶ ଦିବସ 🔴 ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପଦରେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ନିଯୁକ୍ତି ପାଇବେ ନାହିଁ : ସୁପ୍ରିମକୋର୍ଟ 🔴 ଆସୁଛି ଲଘୁଚାପ, ତାତିରୁ ମିଳିବ ଆଶ୍ୱସ୍ତି 🔴 ପୁଣି କାଠ ଯୋଡିରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ।