Masthead

ଜ୍ୟୋତିଙ୍କ ୟୁପି ଲିଙ୍କ

ଖୋଲୁଛି ପାକିସ୍ତାନ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଗୁମର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖୋଲୁଛି ପାକିସ୍ତାନ ସ୍ପାଏ ଜ୍ୟୋତି ମଲହୋତ୍ରାଙ୍କ ଗୋଟିଏ ପରେ ଗୋଟିଏ ଗୁମର । ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ସବୁ ରାଜ୍ୟର ତଥ୍ୟ । ପୁରୀ, କୋଲକାତା ପରେ ଏବେ ୟୁପି ସହ ଲିଙ୍କ ଥିବା ଅଭିଯୋଗ । ମହାକୁମ୍ଭ ସମୟରେ ପ୍ରୟାଗରାଜ ଯାଇଥିଲେ ଜ୍ୟୋତି । ଜ୍ୟୋତିଙ୍କୁ ଘନ ଘନ ଜେରା କରୁଛି ଏନଆଇଏ, ଗୁଇନ୍ଦା ସଂସ୍ଥା । ଜାନୁଆରୀ ୨୯ ତାରିଖରେ ମୌନି ଅମାବାସ୍ୟା ଦିନ ମହାକୁମ୍ଭ କ୍ଷେତ୍ରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ଏନେଇ ତଦନ୍ତ କରୁଛି ଗୁଇନ୍ଦା ସଂସ୍ଥା । ସେ କାହା ସହିତ ପ୍ରୟାଗରାଜ ଯାଇଥିଲେ ଏବଂ କେଉଁ କେଉଁ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥାଇପାରନ୍ତି ସେନେଇ ତଥ୍ୟ ସଂଗ୍ରହ କରୁଛି । ସେ ଦିଲ୍ଲୀରୁ ପ୍ରୟଗରାଜ କିପରି ପହଞ୍ଚôଲେ ଏବଂ ସେଠାରେ ସେ କେଉଁ ଲୋକଙ୍କୁ ଭେଟିଲେ ତାହା ମଧ୍ୟ ଜାଣିବାକୁ ଚେଷ୍ଟା କରାଯାଇଛି । ସୂତ୍ର ଅନୂଯାୟୀ ଅଧିକ ସୂଚନା ପାଇବା ପାଇଁ, ସେ ତାଙ୍କ ୟୁଟୁ୍ୟବ୍ ଚ୍ୟାନେଲରେ ଅପଲୋଡ୍ କରିଥିବା ୪୨.୨୦ ମିନିଟର ଭିଡିଓରେ ମଧ୍ୟ ତଦନ୍ତ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ