Masthead

ବଦଳିଲା ରାଜୀବ ଗାନ୍ଧି ଉଦ୍ୟାନର ନାମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସାମ ସରକାର ଜାତୀୟ ରାଜୀବ ଗାନ୍ଧି ଉଦ୍ୟାନର ନାମ ବଦଳାଇ ଓରଙ୍ଗ ରାଷ୍ଟ୍ରୀୟ ଉଦ୍ୟାନ ରଖିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏନେଇ ଜଳ ସମ୍ପଦ ମନ୍ତ୍ରୀ ପୀୟୁଷ ହାଜାରିକା ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଦିବାସୀ ଏବଂ ଚାୟ ଜନଜାତି ସମୁଦାୟର ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ କରିଥିଲେ ।

ଏହି ବୈଠକରେ ରାଷ୍ଟ୍ରୀୟ ଉଦ୍ୟାନର ନାମ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୁପାରିଶ କରାଯାଇଥିଲା । ତେଣୁ ଆଦିବାସୀ ଓ ଚାୟ ଜନଜାତିଙ୍କ ଦାବିକୁ ପୂରଣ କରିବାକୁ ଯାଇ ଆସାମ ମୁଖ୍ୟମନ୍ତ୍ରୀ ଏପରି କରିଥିବାର ସୂଚନା ମିଳିଛି । ଅପରପକ୍ଷେ ୧୯୮୫ ମସିହାରେ ଏହାକୁ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ୧୯୯୯ ମସିହାରେ ଏହାକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଯାଇଥିଲା ।

ଦରାଙ୍ଗ ଓ ସୋନିତପୁର ଜିଲ୍ଲାର ବ୍ରହ୍ମପୁତ୍ର ନଦୀର ଉତ୍ତର ଉପକୂଳରେ ଏହି ଜାତୀୟ ଉଦ୍ୟାନଟି ଅବସ୍ଥିତି । ଏହି ଜାତୀୟ ଉଦ୍ୟାନରେ ମହାବଳ ବାଘ, ଗଣ୍ଡା ଏବଂ ହାତୀ ଭଳି ବଣୁଆ ଜନ୍ତୁ ବସବାସ କରନ୍ତି । ଏହା ଛଡା କ୍ୟାବିନେଟରେ ଅନ୍ୟାନ୍ୟ ଅନେକ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ପୀୟୁଷ ହଜାରିକା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ