Masthead

ପେଟ୍ରୋଲ ୧୩୭କୁ ଡିଜେଲ ୧୩୪

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ବଢ଼ି ଚାଲିଛି ଦରଦାମ । ପେଟ୍ରୋଲ ଡିଜେଲ ଦରଦାମ ବୃଦ୍ଧିରେ ରୋକ ଲାଗୁନି । ଆଜି ଗୋଟିଏ ଦିନରେ ପାକିସ୍ତାନରେ ପେଟ୍ରୋଲ ରେଟ ୧୦ଟଙ୍କା ୪୯ ପଇସା ବଢ଼ିଛି । ସେହିପଳି ଡିଜେଲ ଦାମରେ ବି ୧୨ ଟଙ୍କା ୪୪ ପଇସା ବୃଦ୍ଧି ଘଟିଛି । ଫଳରେ ପେଟ୍ରୋଲ ଦାମ ୧୩୭ଟଙ୍କା ୭୯ପଇସା ଓ ଡିଜେଲ ଦାମ ୧୩୪ଟଙ୍କା ୪୮ ପଇସାରେ ପହଞ୍ଚିଛି । ସେହିଭଳି କିରୋସିନ ଓ ଲାଇଟ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୧୦ ଟଙ୍କା ୯୫ ପଇସା ଓ ୮ ଟଙ୍କା ୮୪ ପଇସା ମହଙ୍ଗା ହୋଇଛି ।

ପାକିସ୍ତାନରରେ ପ୍ରଥମ ଥର ପାଇଁ ଉପରୋକ୍ତ ୪ଟି ପେଟ୍ରୋଲିୟମ ଉତ୍ପାଦ ଦର ୧୦୦ ଟଙ୍କାରୁ ଅଧିକ ରହିଛି ବୋଲି କୁହାଯାଉଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୫ ଡଲାରରେ ପହଞ୍ଚିଥିବାରୁ ସରକାର ଏହିସବୁ ଇନ୍ଧନ ମୂଲ୍ୟରେ ବୃଦ୍ଧି କରିଥିବା କୁହାଯାଉଛି ।

ଏହାସହ ଖାଇବା ତେଲ ଓ ଗହମ ଭଳି ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଯଦି ଏହିଭଳି ପରିସ୍ଥିତି ଲାଗି ରୁହେ ତେବେ ପାକିସ୍ତାନରେ ଭୟଙ୍କର ସମସ୍ୟା ଦେଖାଦେବ ଓ ଲୋକେ ଭୋକରେ ଆଉଟୁପାଉଟୁ ହେବେ ବୋଲି ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କେବଳ ପାକିସ୍ତାନରେ ନୁହେଁ ଭାରତରେ ମଧ୍ୟ ଲଗାତାର ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନେକ ସ୍ଥାନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ପାର କରିଥିବା ବେଳେ ଲୋକଙ୍କ ମନରେ ଅସନ୍ତୋଷ ବଢୁଛି । ତେଣୁ ଏବେ ଅଧିକାଂଶ ଲୋକ ବ୍ୟାଟେରୀ ଚାଳିତ ଗାଡିକୁ ଅଧିକ ପସନ୍ଦ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ