Masthead

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ନୂଆପଡ଼ା ଆର ଆଣ୍ଡ ବି ଡିଭିଜନ ଅଧୀନରେ ଖରିଆରରେ କାର୍ୟ୍ୟରତ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀଙ୍କ ଘରେ ଚଢ଼ରଉ । ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ଏକକାଳୀନ ୮ ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ୱର, ପିପିଲି ଓ ନୂଆପଡ଼ାରେ ଚାଲିଛି ଚଢ଼ାଉ । ଏହି ଚଢ଼ାଉ ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ଓ୍ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଚାଲିଛି। ଭୁବନେଶ୍ୱରର ଗଙ୍ଗୋତ୍ରୀ ନଗର, ଲିଙ୍ଗୀପୁରସ୍ଥିତ ପ୍ଲଟ ନମ୍ବର ୧୦ରେ ଥିବା ତିନି ମହଲା ବିଶିଷ୍ଟ ବିଲଡିଂ।

ଭୁବନେଶ୍ୱରର ଗଙ୍ଗୋତ୍ରୀ ନଗର, ଲିଙ୍ଗୀପୁରସ୍ଥିତ ପ୍ଲଟ ନମ୍ବର ୧୦/୩୯୨୦ରେ ନିର୍ମାଣାଧୀନ ଘର। ପୁରୀ ଜିଲ୍ଲାର ପିପିଲି, ବିଲିପଡ଼ାସ୍ଥିତ ପ୍ଲଟ ନମ୍ବର ୭୪୯ରେ ଥିବା ଫାର୍ମହାଉସ। ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣା ବ୍ରିଟ କଲୋନୀରେ ଥିବା ତାଙ୍କ ଆତ୍ମୀୟଙ୍କ ଘର। ନୂଆପଡ଼ାସ୍ଥିତ ସେଠୀଙ୍କ ଅଫିସ, ଆରଆଣ୍ଡବି ସବ-ଡିଭିଜନ ଓ ସୁଶାନ୍ତ କୁମାର ସେଠୀଙ୍କ ସରକାରୀ କ୍ୱାର୍ଟରରେ ଚାଲିଛି ରେଡ୍ । ଭୁବନେଶ୍ୱରର କେଦାର ଲେନରେ ପ୍ଲଟ ନମ୍ବର ୬୨୩/ବି ରେ ଥିବା ତାଙ୍କ ସହଯୋଗୀଙ୍କ ଘର। ଭୁବନେଶ୍ୱରର ଓଲ୍ଡ ଟାଉନରେ ଗ୍ୟାରେଜ ଛକ, ପ୍ଲଟ ନମ୍ବର ୮୬୬ରେ ଥିବା ଅନ୍ୟ ଏକ ସହଯୋଗୀଙ୍କ ଘରେ ଚାଲିଛି ରେଡ୍ । ତେବେ ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ବାବୁଙ୍କର ରହିଛି ତିନି ମହଲା ବିଶିଷ୍ଟ ବିଲଡିଂ, ନିର୍ମାଣାଧୀନ ଘର, ଫାର୍ମହାଉସ ଏବଂ ଆତ୍ମୀୟ ଓ ସହଯୋଗୀଙ୍କ ନାମରେ ଥିବା ସମ୍ପତ୍ତି ଅନ୍ତର୍ଭୁକ୍ତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା