Masthead

‘ଚିକେନ ନେକକୁ ଭାଙ୍ଗିଲେ ଭାଗ ହେବ ବାଂଲାଦେଶ’

ନୂଆଦିଲ୍ଲୀ( ବଡ଼ ଖବର ବ୍ୟୁରୋ): ଭାରତର ଚିକେନ୍ ନେକ୍ ଉପରେ ମହମ୍ମଦ ୟୁନୁସଙ୍କ ନଜର । ଚୀନ୍ ସହ ମିଶି ବାଂଲାଦେଶ କରୁଛି ବଡ଼ ଷଡଯନ୍ତ୍ର । ଯେବେଠୁ ୟୁନୁସ ବାଂଲାଦେଶର ଦାୟିତ୍ୱ ନେଇଛନ୍ତି, ସେବେଠୁ ଭାରତ ବିରୁଦ୍ଧରେ ତାଙ୍କର କୋ୍ରଧ । ଚିକେନ୍ ନେକ୍ ଉପରେ ଏବେ ୟୁନୁସଙ୍କ ନଜର ରହିଛି । ଏହାକୁ ସିଲିଗୁଡି କରିଡର ମଧ୍ୟ କୁହାଯାଏ । ଏହି ନେକ ଉତ୍ତର-ପୂର୍ବ ଭାରତକୁ ସଂଯୋଗ କରେ । ଲାଲମୋନିରହାଟରେ ଥିବା ଏକ ବିମାନବନ୍ଦର ବିକାଶ କରୁଛି ବାଂଲାଦେଶ । ଏହି ଭାରତର ଚିକେନ ନେକଠାରୁ ୧୦୦ କିଲୋମିଟର ଦୂରରେ ରହିଛି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରଠାରୁ ଚୀନ ଏହି ଏୟାରବେସ ବିକାଶରେ ବାଂଲାଦେଶକୁ ସାହାର୍ଯ୍ୟ କରୁଛି ।

ଏହି କରିଡର ଉପରେ ପୂର୍ବରୁ ଚୀନର ନଜର ରହିଥିଲା । ଏବେ ଚୀନକୁ ବାଂଲଦେଶର ସହଯୋଗ ମିଳିଛି । ଯଦି ଏହି କରିଡର ବା ଚିକେନ ନେକ ଭାଙ୍ଗିଯାଏ ତାହେଲେ ପୂରା ଉତ୍ତର-ପୂର୍ବ ଅଞ୍ଚଳ ଭାରତରୁ ବିଚ୍ଛିନ୍ନ ହୋଇଯିବ । ଭାରତଠୁ ଅଲଗା ହୋଇଯିବ ସାତ ଭଉଣୀ କୁହାଯାଉଥିବା ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଲୟ, ତ୍ରିପୁରା, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟ । ଏହାର ସୁଯୋଗ ନେଇ ୟୁନୁସଙ୍କ ସହ ହାତ ମିଳାଇଛି ଚାଇନା । ଏହାର କଡ଼ା ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଆମ ପାଖରେ ଗୋଟିଏ ଚିକେନ ନେକ ଥିଲେ ବାଂଲାଦେଶ ପାଖରେ ଅଛି ୨ଟି ଚିକେନ ନେକ । ବାଂଲାଦେଶ ଆମ ଗୋଟିଏ ଚିକେନ ନେକ ଉପରେ ଆକ୍ରମଣ କଲେ ଆମେ ତାର ୨ଟି ଚିକେନ ନେକ ଉପରେ ଆକ୍ରମଣ କରିବୁ । ବାଂଲାଦେଶର ଚିକେନ ନେକ ଭାରତର ଚିକେନ ନେକଠୁ ବି ପତଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ