Masthead

ନିଷ୍ଠୁର ପାକିସ୍ତାନ, ବିପଦରେ ପକାଇଲା ୨୨୭ ଜୀବନ

ସାହାର୍ଯ୍ୟ ମାଗିଲେ ପାଇଲଟ ହେଲେ ନିଷ୍ଠୁର ହେଲା ପାକସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବୁ୍ୟରୋ):ସାହାର୍ଯ୍ୟ ମାଗିଲେ ପାଇଲଟ ହେଲେ ନିଷ୍ଠୁର ହେଲା ପାକସ୍ତାନ । ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବେଳେ ଏକ ଘରୋଇ ବିମାନ ପାକିସ୍ତାନର ସୀମା ନିକଟରେ ଥିବା ପଠାନକୋଟ ନିକଟରେ ପ୍ରବଳ କୁଆପଥର ବର୍ଷାର ସମ୍ମୁଖୀନ ହୋଇଥିଲା । ବିମାନଟି ପ୍ରତି ମିନିଟରେ ୮ହଜାର ୫୦୦ଫୁଟ ତଳକୁ ଖସୁଥିଲା ।

ଏପରି ଏକ ଜରୁରୀକାଳୀନ ପରିସ୍ଥିତିରେ ପାକିସ୍ତାନ ଏୟାରସ୍ପେସକୁ ବ୍ୟବହାର ପାଇଁ ସାହାଯ୍ୟ ମାଗିଥିଲେ ପାଇଲଟ । କିନ୍ତୁ ଲ୍ୟାଣ୍ଡ କରିବାପାଇଁ ସିଧା ମନାକରିଥିଲା ଲାହୋର ଏଟିସିଡି । ଡିଜିସିଏର ସୂଚନା ଅନୁଯାଇ, ବିମାନଟି ସଂସଦ ସଦସ୍ୟଙ୍କ ସମେତ ୨୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ୩୬ହଜାର ଫୁଟ ଉଚ୍ଚତାରେ ଯାତ୍ରା କରୁଥିଲା ।

ବିମାନଟି ବର୍ଷାର ଏତେ ନିକଟକୁ ଆସିସାରିଥିଲା ଯେ ସେ ପୁଣିଥରେ ଦିଲ୍ଲୀ ଫେରିପାରିଲେନି । ଶେଷରେ କୌଣସି ଉପାୟ ନପାଇ ବିପଦକୁ ସାମ୍ନାକରି ପାଇଲଟ ବିମାନଟିକୁ ଶ୍ରୀନଗର ଅଭିମୁଖେ ଆଗକୁ ବଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ମଧ୍ୟ ଆକାଶରେ କୁଆପଥର ମାଡ ହେଉଥିବାରୁ ବିମାନଟି ଥରୀଥିଲା ଏବଂ ଯାତ୍ରୀମାନେ ଖୁବ୍ ଭୟଭିତ ହୋଇପଡିଥିଲେ । କୁଆପଥର ମାଡ ଯୋଗୁ ବିମାନଟିର ନୋଜ୍ ଖ୍ୟତିଗ୍ରସ୍ଥ ହୋଇଥିଲା ।

ସମସ୍ତ ବିପଦର ସାମ୍ନା କରି ଶେଷରେ ସୁରକ୍ଷତାରସହ ଇଣ୍ଡିଗୋବିମାନ ତାର ୨୨୭ ଯାତ୍ରୀଙ୍କୁ ଶ୍ରୀନଗରରେ ଲ୍ୟାଣ୍ଡ କରିଥିଲା । ପାଇଲଟଙ୍କ ଏଭଳି ଚତୁରତାକୁ ସବୁଠି ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!