Masthead

ଯାହାଙ୍କ ସୁରକ୍ଷା ଦାୟିତ୍ବ ତୁଲାଉଛନ୍ତି ତାଙ୍କଠୁ ସମ୍ମାନିତ ହେଉଛନ୍ତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ପାଳିତ ହୋଇଯାଇଛି ୧୭ତମ ପୋଲିସ କମିଶନରେଟ ସ୍ଥାପନା ଦିବସ – ୨୦୨୫ । ସପ୍ତମ ବାଟାଲିଅନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆମ ଦେଶରେ ଥିବା ସମସ୍ତ କମିଶନରେଟ ପୋଲିସ ମଧ୍ୟରେ ଭୁବନେଶ୍ୱର-କଟକ କମିଶନରେଟ ଏକ ଦକ୍ଷ, ଉନ୍ନତ, ଦାୟିତ୍ୱବାନ୍‍ ଓ ସମ୍ବେଦନଶୀଳ ପୋଲିସ ଭାବରେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

କାର୍ଯ୍ୟକ୍ଷେତ୍ରରେ ନିଷ୍ଠା ଓ ଦକ୍ଷତା ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏସପି ନରେଶ ପଟେଲ ଓ ଏସିପି ସୁଧାଂଶୁ ଶେଖର ପାଢୀଙ୍କ ଭଳି ଅଧିକାରୀ ମାନେ ନିଜ ଦକ୍ଷତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ହାସଲ କରୁଛନ୍ତି । ଯାହାଙ୍କ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ଏହି ଅଧିକାରୀ ତାଙ୍କ ଠାରୁ ଏହି ପୁରସ୍କାର ହାସଲ କରିଥିବାରୁ ବେଶ ଖୁସି ଥିବା ବେଳେ ସିଏମ ମଧ୍ୟ ତାଙ୍କୁ ସମ୍ମାନୀତ କରିଥିବାରୁ ବେଶ ଆନନ୍ଦ ଲାଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ