Masthead

ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) : ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସଭାପତି ହୋଇପାରନ୍ତି ରାଜୀବ ଶୁକ୍ଲା । ବର୍ତ୍ତମାନର ବିସିସିଆଇର ସଭାପତି ରୋଜର ବିନ୍ନି ଜୁଲାଇ ୧୯ରେ ୭୦ ବର୍ଷ ବୟସରେ ପଦାପର୍ଣ କରିବେ । ତେବେ ନିୟମ ଅନୂଯାୟୀ, ବିସିସିଆଇର ସଭାପତିଙ୍କ ବୟସ ୭୦ ବର୍ଷରୁ ଅଧିକା ହେବା ଉଚିତ ନହେଁ, ସେହି ଅନୁଯାୟୀ ୬୫ ବର୍ଷୀୟ ରାଜୀବ ଶୁକ୍ଳା ଏବେ ୩ ମାସ ପାଇଁ କାର୍ୟ୍ୟକାରୀ ସଭାପତି ରୂପେ ଭୂମିକା ନେଇପାରନ୍ତି ବୋଲି କୁହାଯାଇଛି । ସେପ୍ଟେମ୍ବରରେ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ସମୟରେ ରାଜୀବ ଶୁକ୍ଳାଙ୍କୁ ବୋର୍ଡର ପୂର୍ଣ୍ଣକାଳୀନ ସଭାପତି ପଦ ପାଇଁ ନିର୍ବାଚିତ କରାଯିବ । ରୋଜର ବିନ୍ନି ଅକ୍ଟୋବର ୨୦୨୨ରେ ବିସିସିଆଇର ୩୬ ତମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ସେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ଥାନ ନେଇଥିଲେ । ଗାଙ୍ଗୁଲି ତାଙ୍କର ତିନି ବର୍ଷର କାଯ୍ୟର୍କାଳ ପୂରଣ କରିଥିଲେ ।
ସେତେବେଳେ ରୋଜର ବିନ୍ନି ଶୀର୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିବା ଏକମାତ୍ର ପାର୍ଥୀ ଥିଲେ । ବିନ୍ନି ବିସିସିଆଇର ସଭାପତି ହେବା ପରେ, ଭାରତ ଦୁଇଟି ସୀମିତ ଓଭର ଫର୍ମାଟ ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିଥିଲା । ଭାରତ ୨୦୨୪ ରେ ଆଇସିସି ଟି ୨୦ ବିଶ୍ୱକପ ଏବଂ ୨୦୨୫ ରେ ଆଇସିସି ଚାମ୍ପିଅନ ଟ୍ରଫି ଜିତିଥିଲା । ବିନ୍ନିଙ୍କ ସମୟରେ ଘରୋଇ କ୍ରିକେଟରଙ୍କୁ ଭଲ ପ୍ରୋତ୍ସାହନ ମିଳିଥିଲା । ଖେଳାଳୀ ମାନଙ୍କ ଦରମା ବୃଦ୍ଧି ପାଇବା ସହିତ ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳୀମାନଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଉପଯୁକ୍ତ ଏବଂ କଠୋର ପଦକ୍ଷେପ ନିଆଯାଇଥିଲା । ୧୯୮୩ ବିଶ୍ୱକପ ବିଜୟୀ ଦଳର ମୂଖ୍ୟ ଖେଳାଳି ଥିବା ଅଲରାଉଣ୍ଡର ବିନ୍ନି ୨୭ ଟେଷ୍ଟ ମ୍ୟାଚ୍ ଏବଂ ୨୭ ଦିନିକିଆରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା