ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ । ପ୍ରୀତି ପୱାର ଓ ଜସ୍ମିନ ଲାମ୍ବୋରିଆ ସ୍ୱର୍ଣ୍ଣ ଜିତି ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଚମ୍ପିଆନ୍ ହୋଇଛନ୍ତି । ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍ସରେ ଭାରତୀୟ ବକ୍ସରମାନେ ଆଉ ଏକ ସଫଳତାର ହାସଲ କରିଛନ୍ତି। ମହିଳା ବକ୍ସିଂରେ ଭାରତକୁ ଏକାସାଙ୍ଗରେ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ୫୪ କିଲୋଗ୍ରାମ ଓଜନ ବର୍ଗରେ ପ୍ରୀତି ପୱାର ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ, ୫୭ କିଲୋଗ୍ରାମ ଓଜନ ବର୍ଗରେ ଜସ୍ମିନ୍ ଲାମ୍ବୋରିଆ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି।
ହରିୟାଣାର ଭିୱାନିର ୨୪ ବର୍ଷୀୟା ଜସ୍ମିନ ତାଙ୍କ କ୍ୟାରିୟରରେ ଏପର୍ୟ୍ୟନ୍ତ ଅନେକ ସଫଳତା ହାସଲ କରିଛନ୍ତି। ସେ ଗ୍ଲାସଗୋ ଗେମ୍ସରେ ଜିତିଥିବା ସ୍ୱର୍ଣ୍ଣ ପଦକ ତାଙ୍କ ଯାତ୍ରାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଇଂଲଣ୍ଡରେ ସେ ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ବିଶ୍ୱ ଚାମ୍ପିଅନସିପରେ ପଦକ ଜିତିଥିଲେ। ସେ ପ୍ରଥମେ ବର୍ମିଂହାମ ୨୦୨୨ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ, ତା’ପରେ ୨୦୨୫ ରେ ଇଂଲଣ୍ଡର ଲିଭରପୁଲରେ ବିଶ୍ୱ ଚାମ୍ପିଅନ ହୋଇଥିଲେ। ଏବେ ସେ ସ୍କଟଲ୍ୟାଣ୍ଡରେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିଅନ ହୋଇଛନ୍ତି, ଯାହା କମନୱେଲ୍ଥ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସିଂ ଦଳର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ହୋଇଛି।
