Masthead

୪ବର୍ଷର ବୈବାହିକ ଜୀବନ ପରେ ଅଲଗା ହେଲେ ସମନ୍ଥା ଓ ନାଗ ଚୈତନ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ସାଉଥ୍ ଜଗତରେ ଏବେ ବେଶ୍ ଚର୍ଚ୍ଚାରେ ରହିଛି ସମନ୍ଥା ଏବଂ ନାଗ ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଖବର । ଦୁହିଁଙ୍କର ଦୀର୍ଘ ଦିନର ସମ୍ପର୍କରେ ଏବେ ଦେଖାଦେଇଛି ଫାଟ । ଉଭୟଙ୍କ ବିବାହ ୪ବର୍ଷ ହୋଇଥିବା ବେଳେ ଦୁହିଁଙ୍କ ବିବାହ ବିଚ୍ଛେଦ ଖବର ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଦୁହେଁ ସୋସିଆଲ ମିଡିଆରେ ବି ଏହି ଖବର ଘୋଷଣା କରିଛନ୍ତି । ଦୁହେଁ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି ।

କିଛିଦିନ ପୂର୍ବରୁ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିଲେ । ତେବେ ଏହି ଖବର କିଛି ଦିନ ହେବ ଚର୍ଚ୍ଚା ହେଉଛି । ନିକଟରେ ସମନ୍ଥା ଓ ନାଗ ଚୈତନ୍ୟ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଆମେ ସ୍ୱାମୀ-ସ୍ତ୍ରୀ ରୂପେ ନିଜ ସମ୍ପର୍କକୁ ବେଶ୍‌ ଭାବି ଚିନ୍ତି ବେଚ୍ଛଦ କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ବେଶ୍‌ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା। ଆମ ସମ୍ପର୍କ ବେଶ୍‌ ଭିନ୍ନ। ଆମେ ପରସ୍ପର ଅଲଗା ହେବା ପରେ ମଧ୍ୟ ଭଲ ବନ୍ଧୁ ହୋଇ ସର୍ବଦା ରହିବୁ।’ ଏଭଳି ଅସୁବିଧା ସମୟରେ ଆମର ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ପ୍ରାଇଭେସି ଦେବା ଲାଗି ଆମେ ଆମ ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରୁଛୁ। ଆପଣଙ୍କ ସମର୍ଥନ ପାଇଁ ଧନ୍ୟବାନ ବୋଲି ସମନ୍ଥା ନିଜ ପୋଷ୍ଟରେ ଲେଖିଛନ୍ତି।

ସୂଚନା ମୁତାବକ କିଛି ଦିନ ତଳେ ସମନ୍ଥା ସୋଶାଲ ମିଡିଆରେ ନିଜ ସରନେମ୍‌ ବା ଉପନାମ ବଦଳାଇ ଦେଇଥିଲେ। ଏହାକୁ ଦେଖି ନାଗା ଚୈତନ୍ୟ ଏବଂ ତାଙ୍କ ଭିତରେ କିଛି ଠିକ୍‌ ନଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ସେ ନାଗା ଚୈତନ୍ୟଙ୍କ ଅପ୍‌କମିଂ ଫିଲ୍ମର ଟ୍ରେଲରକୁ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଶେଆର କରିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ନେଇ କୁହାଯାଉଥିଲା। କିନ୍ତୁ ଏବେ ଉଭୟଙ୍କ ଛାଡପତ୍ର ଖବର ଏବେ ତାଙ୍କ ଫ୍ୟାନ୍‌ମାନଙ୍କୁ ଚକିତ କରିଦେଇଛି।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଠାଣିରେ ଗୋଆରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଏହା ସହ ଅନେକ ସାଉଥ ଫିଲ୍ମରେ ବି ସେମାନେ ଏକାଠି ସ୍କ୍ରିନ୍ ସେୟାର କରିଛନ୍ତି । ଦୁହିଁଙ୍କ ଯୋଡି ସାଉଥ ଫିଲ୍ମ ଜଗତର ଏକ ପପୁଲାର ଯୋଡି ଭାବେ ପରିଚିତ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ