Masthead

ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିନ୍ଧୁ ନଦୀ ଚୁକ୍ତିକୁ ନେଇ ପୁଣି ଭାରତକୁ ପାକିସ୍ତାନ ଚିଠି । ଚୁକ୍ତି ଉପରେ ଆଲୋଚନା ପାଇଁ ଅନୁରୋଧ କରିଛି ଭାରତ । ପହଲଗାମ ଆକ୍ରମଣ ପରଠୁ ଚୁକ୍ତିକୁ ସ୍ଥଗିତ ରଖିଛି ଭାରତ । ପାଣି ପାଇଁ ଏବେ ଚିନ୍ତାରେ ପାକିସ୍ତାନ । ପାଣି ବନ୍ଦ ହେବା ଦିନଠୁ ପାଣି ଛାଡ଼ିବା ପାଇଁ ବାରମ୍ବାର ଅନୁରୋଧ କରି ଆସୁଛି ପାକିସ୍ତାନ । ଏପ୍ରିଲ ୨୨ ରେ ଭାରତ ୬୦ ବର୍ଷ ପୁରୁଣା ସିନ୍ଧୁ ନଦ ଚୁକ୍ତିକୁ ସ୍ଥଗିତ ରଖିଛି । ମାସେ ମଧ୍ୟରେ ପାକିସ୍ତାନ ୪ ଥର ଚିଠି ଲେଖିଥିବା ଜଣାପଡିଛି । ପାକିସ୍ତାନର ପାଣି ସମ୍ପଦ ଅଧିକାରୀ ସୟଦ ଅଲି ମୁରତାଜା ଭାରତର ଜଳ ଶକ୍ତି ମନ୍ତ୍ରାଳୟକୁ ଏପ୍ରିଲ୨୨ ପରଠୁ ୪ଥର ପତ୍ର ଲେଖି ସିନ୍ଧୁ ଚୁକ୍ତି ପୁନଃସ୍ଥାପନା କରିବା ପାଇଁ ଅନୁରୋଧ କରିଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ଜଣଙ୍କ ମୃତୁ୍ୟ ହୋଇଥିଲା । ଏହାର ଜବାବରେ ଭାରତ ପକ୍ଷରୁ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରଠୁ ସିନ୍ଧୁ ଚୁକ୍ତି ସ୍ଥଗିତ ରଖିଥିଲା ଭାରତ । ଏହା ଫଳରେ ପାକିସ୍ତାନର ରବି ଫସଲ ପ୍ରଭାବିତ ହୋଇଛି । କେବଳ କୃଷି ନୁହେଁ ଦୈନଦିନ ଜୀବନରେ ମଧ୍ୟ ଏହାର ପ୍ରଭାବ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ