Masthead

ୟୁପିିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀ ଜଣେ ଜଣେ ଡକାୟତ: ବିଶ୍ୱେଶ୍ୱର ଟୁଡୁ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ୟୁପିିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀ ମାନେ ଜଣେ ଜଣେ ଡକାୟତ ବୋଲି କହିଛନ୍ତି । ଏଭଳି ବୟାନ ଦେଇ ବିବାଦକୁ ଆସିଛନ୍ତି ବିଶ୍ୱେଶ୍ୱର ଟୁଡୁ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଭିଭାଷଣ ରଖିବା ବେଳେ ଏପରି କହିଛନ୍ତି । ସେ କହିଛନ୍ତି, ମୁଁ ଦିଲ୍ଲୀରେ ଯେଉଁଠି ରହୁଥିଲି ତାର ପଛପଟ ହେଉଛି ୟୁପିଏସସି । ସର୍ବ ଭାରତୀୟ ସ୍ତରରେ ବଡ଼ ବଡ଼ ଚାକିରି ନିଯୁକ୍ତି ସବୁ ଦିଆଯାଏ ସେଇ ୟୁପିଏସସି ଜରିଆରେ ।

ମୋର ଆଗରୁ ମନେ ହେଉଥିଲା ଯେଉଁମାନେ ୟୁପିିଏସସି ଜରିଆରେ ଚାକିରି ପାଆନ୍ତି ତାଙ୍କ ଠାରୁ ଜ୍ଞାନୀ ଆଉ କେହି ନାହାନ୍ତି । କିନ୍ତୁ ଏବେ ଅନୁଭବ ହେଉଛି ସେହିଠାରୁ ଆସୁଥିବା ଲୋକଙ୍କ ଠାରୁ ଡକାୟତ ପୃଥିବୀରେ କେହି ନାହାନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ବଡ଼ଲୋକଙ୍କୁ ଉତ୍ତର ନାହିଁ । ବଡ଼ ଲୋକ ଭୁଲ କଲେ ଦଣ୍ଡ ନାହିଁ । । ଯଦି କେହି ସାମାନ୍ୟ ଚୋରି କରେ ତାକୁ ଦଣ୍ଡ ଅଛି କିନ୍ତୁ ଯିଏ ପାହାଡ଼ ଲୁଟିବ ତାକୁ ଦଣ୍ଡ ନାହିଁ । ଏହାର କାରଣ ହେଉଛି ସେମାନେ ସେହି ପ୍ରକାର ଛତ୍ରଛାୟା ତଳେ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା