ୟୁପିିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀ ଜଣେ ଜଣେ ଡକାୟତ: ବିଶ୍ୱେଶ୍ୱର ଟୁଡୁ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ୟୁପିିଏସସିରେ ନିଯୁକ୍ତି ପାଉଥିବା ଅଧିକାରୀ ମାନେ ଜଣେ ଜଣେ ଡକାୟତ ବୋଲି କହିଛନ୍ତି । ଏଭଳି ବୟାନ ଦେଇ ବିବାଦକୁ ଆସିଛନ୍ତି ବିଶ୍ୱେଶ୍ୱର ଟୁଡୁ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଭିଭାଷଣ ରଖିବା ବେଳେ ଏପରି କହିଛନ୍ତି । ସେ କହିଛନ୍ତି, ମୁଁ ଦିଲ୍ଲୀରେ ଯେଉଁଠି ରହୁଥିଲି ତାର ପଛପଟ ହେଉଛି ୟୁପିଏସସି । ସର୍ବ ଭାରତୀୟ ସ୍ତରରେ ବଡ଼ ବଡ଼ ଚାକିରି ନିଯୁକ୍ତି ସବୁ ଦିଆଯାଏ ସେଇ ୟୁପିଏସସି ଜରିଆରେ ।

ମୋର ଆଗରୁ ମନେ ହେଉଥିଲା ଯେଉଁମାନେ ୟୁପିିଏସସି ଜରିଆରେ ଚାକିରି ପାଆନ୍ତି ତାଙ୍କ ଠାରୁ ଜ୍ଞାନୀ ଆଉ କେହି ନାହାନ୍ତି । କିନ୍ତୁ ଏବେ ଅନୁଭବ ହେଉଛି ସେହିଠାରୁ ଆସୁଥିବା ଲୋକଙ୍କ ଠାରୁ ଡକାୟତ ପୃଥିବୀରେ କେହି ନାହାନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି, ବଡ଼ଲୋକଙ୍କୁ ଉତ୍ତର ନାହିଁ । ବଡ଼ ଲୋକ ଭୁଲ କଲେ ଦଣ୍ଡ ନାହିଁ । । ଯଦି କେହି ସାମାନ୍ୟ ଚୋରି କରେ ତାକୁ ଦଣ୍ଡ ଅଛି କିନ୍ତୁ ଯିଏ ପାହାଡ଼ ଲୁଟିବ ତାକୁ ଦଣ୍ଡ ନାହିଁ । ଏହାର କାରଣ ହେଉଛି ସେମାନେ ସେହି ପ୍ରକାର ଛତ୍ରଛାୟା ତଳେ ରହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’