Masthead

ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ

ଗୁଣୁପୁର (ବଡ଼ ଖବର ବ୍ୟୁରୋ): ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ । କଳି ଏତେ ତୀବ୍ର ଯେ ସୁପ୍ରିମୋଙ୍କ ନିଦେ୍ର୍ଦଶରେ ପହଞ୍ଚିଲେ ୨ ନେତା । ସଭାପତି ଚୟନ ପାଇଁ ପହଞ୍ଚିଥିଲେ ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା । ୨ ଦିନ ହେଲା କର୍ମୀଙ୍କ ସହ କରୁଛନ୍ତି ମାରାଥନ ଆଲୋଚନା । ଏହି ସମୟରେ ଜିଲ୍ଲା ବିଜେଡି ର ଗୋଷ୍ଠୀ କନ୍ଦଳ ଏବେ ଦାଣ୍ଡରେ ପଡ଼ି ହାଟରେ ଗଢୁଛି। ଯାହା କି ଗୁଣପୁର ନିର୍ବାଚନ ମଣ୍ଡଳୀ ର ରାମନାଗୁଡ଼ା ଠାରେ ଗୁଣୁପୁର ବିଜେଡି କର୍ମୀ ବୈଠକରେ ଦେଖିବାକୁ ମିଳିଥିଲା ।

ଏ ହେଉଛି ରମନାଗୁଡା ବିଜୁ କଲ୍ୟାଣ ମଣ୍ଡପ ର ଦୃଶ୍ୟ। ପୂର୍ବତନ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ସଭାପତି ଭାସ୍କର ରାଓ ଏବଂ ପୂର୍ବତନ ଜିଲା ସଭାପତି ସୁଧୀର କୁମାର ଦାସଙ୍କ କଳି ଏତେ ତୀବ୍ରତର ହୋଇଥିଲା ଯେ ଏହି କଳି ତୁଟେଇବା ପାଇଁ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନ ହେଲା ବରିଷ୍ଠ ନେତା ପ୍ରମିଳା ମଲ୍ଲିକ ଓ ପଦ୍ମନାଭ ବେହେରା ପହଞ୍ଚି ଜିଲ୍ଲାର ତିନି ନିର୍ବାଚନ ମଣ୍ଡଳୀର କର୍ମୀ ଏବଂ ନେତାଙ୍କ ସହ ଆଲୋଚନା କରିଛନ୍ତି ।

ପ୍ରଥମେ ଜିଲ୍ଲାର ରାୟଗଡ଼ା ଓ ବିଷମକଟକ ନିର୍ବାଚନ ମଣ୍ଡଳୀ ବୁଲି କର୍ମୀଙ୍କ ସହ ଆଲୋଚନା କରିଥିଲେ । ଆଜି ଗୁଣପୁର ନିର୍ବାଚନ ମଣ୍ଡଳୀର କର୍ମୀଙ୍କ ସହ ଆଲୋଚନା କରିଥିଲେ। ଗୁଣପୁର ନିର୍ବାଚନ ମଣ୍ଡଳୀର ରାମନାଗୁଡ଼ା ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଚନ୍ଦ୍ରପୁର, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡା ଗୁଣପୁର ବ୍ଲକର ଆଗ ଧାଡ଼ିର କର୍ମୀମାନେ ଆସି ରାଜ୍ୟ ସ୍ତରୀୟ ନେତାଙ୍କ ଆଗରେ ଉଭୟ ସୁଧୀର ଓ ଭାସ୍କରଙ୍କ ପାଇଁ କ୍ଷୋଭ ପ୍ରକାଶ କରିବା ସହ ଉଭୟଙ୍କୁ ତାଗିଦ କରିଥିଲେ କ୍ଷ ଦୀର୍ଘ ୩ଘଣ୍ଟା ଧରି ନେତାଙ୍କ ସହ ଆଲୋଚନା କରିଥିଲେ କର୍ମୀ ।

ଏହି ଆଲୋଚନା ବେଳେ ଉଭୟ ଗୋଷ୍ଠୀର ସମର୍ଥକମାନେ ପ୍ରବଳ ହଟ୍ଟଗୋଳ ସାଙ୍ଗକୁ କଥା କଟାକଟି ମଧ୍ୟ କରିଥିଲେ । ଯାହକି ଜିଲ୍ଲାରେ ଏତେ ବଡ ଦଳକୁ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା ନେଇ ଉଭୟଙ୍କୁ ଦୋଷ ଦେଇଥିଲେ । ଏପଟେ କର୍ମୀଙ୍କ ଗୁହାରି ଶୁଣିବା ପରେ ଅତି ଶୀଘ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯିବ।

ଆଉ ଜିଲ୍ଲାର ସଭାପତି ପଦ ମଧ୍ୟ ନବୀନ ବାବୁ ଅତି ଶୀଘ୍ର ଜଣାଇବେ ବୋଲି କର୍ମୀଙ୍କୁ କହିଥିଲେ ଏହି ଦୁଇ ନେତା। ତେବେ ଏହି ସମ୍ପର୍କରେ ପଚାରିବାରୁ ଦଳର ନେତା ନବୀନ। ଆଉ ରାୟଗଡ଼ା ଜିଲ୍ଲାରେ କୌଣସି ଗୋଷ୍ଠୀ କନ୍ଦଳ ନାହିଁ ବୋଲି କହିଥିଲେ ରାଜ୍ୟରୁ ଆସିଥିବା ଦୁଇ ନେତା ପ୍ରମିଳା ମଲ୍ଲିକ ଏବଂ ପଦ୍ମନାଭ ବେହେରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ