Masthead

‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଥମିବାର ନାଁ ନେଉନାହିଁ ଟ୍ରମ୍ପ-ମସ୍କ କଳି । ଦିନକୁ ଦିନ ଦୁଇ ଜଣଙ୍କ ସମ୍ପର୍କର ଫାଟ ବଢୁଛି । ଦାଣ୍ଡରେ ପଡ଼ି ହାତରେ ଗଡ଼ୁଛି ଦୁହିଁଙ୍କ କଳି । ଟେସଲା ମାଲିକ ଏଲନ ମସ୍କଙ୍କ କମ୍ପାନୀ ସହିତ ସରକାରୀ ଚୁକ୍ତିନାମା ଓ ସବ୍‌ସିଡି ବନ୍ଦ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଏଲନ୍ ମସ୍କଙ୍କୁ ଖୋଲା ଚେତାବନୀ କ୍ଷକ୍ସଏଠରୟଲଶ ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଏଲନ୍ ମସ୍କ ଗମ୍ଭୀର ପରିମାଣ ଭୋଗିବେ । ସରକାରୀ ଚୁକ୍ତିନାମା ଓ ସବ୍‌ସିଡି ବନ୍ଦ କରିବାକୁ ଧମକ ଦେବା ସହ ବିରୋଧୀଙ୍କୁ ଆର୍ଥିକ ସହାୟତା ଦେଇ ଭୁଲ୍‌ ନ କରନ୍ତୁ ବୋଲି କହିଛନ୍ତି ଟ୍ରମ୍ପ ।

ନଚେତ ଏଲନ୍‌ ମସ୍କ ଗମ୍ଭୀର ପରିଣାମ ଭୋଗିବେ । ସେ ଆହୁରି ମଧ୍ୟ କହିଛନ୍ତି ମସ୍କ ରାଷ୍ଟ୍ରପତି କାର୍ଯ୍ୟାଳୟ ପ୍ରତି ଅସମ୍ମାନ କରିଛନ୍ତି । ସାର୍ବଜନିକ ଭାବେ ମସ୍କ ଓ ଟ୍ରମ୍ପ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି । ଏଲନ ମସ୍କଙ୍କ ସହିତ ହୋଇଥିବା ବିବାଦକୁ ପଛୁକୁ ହଟିବାର ନାମ ନେଉନାହାନ୍ତି ଟ୍ରମ୍ପ । ମସ୍କଙ୍କ ସହିତ ସମ୍ପର୍କ ସୁଧରିବାକୁ ନେଇ ଇଚ୍ଛା ନଥିବା କହିଛନ୍ତି । ଡେମୋକ୍ରାଟିକ୍‌କୁ ସହୟତା ନ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ମସ୍କଙ୍କ ସହିତ ମୋର କଥା ହେବାର କୌଣସି ଇଚ୍ଛା ନାହିଁ ।

ଟେସ୍‌ଲା ସିଇଓ ଏଲନ ମସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଗ୍‌ ବିୟୁଟିଫୁଲ ବିଲ ଉପରେ କହିବା ପରେ ଦୁହିଁଙ୍କ ମଧ୍ୟରେ ବିବାବ ଆରମ୍ଭ ହୋଇଛି । ମସ୍କ ଟମ୍ପଙ୍କ ଏକ ବିଲ୍‌କୁ ସମାଲୋଚନା କରିଥିଲେ । ଏହା ଫେଡେରାଲ ନିଅଣ୍ଟକୁ ବୃଦ୍ଧି କରିବ ବୋଲି ଆଶଙ୍କା କରିଥିଲା । ଏହା ବ୍ୟତୀୟ ମସ୍କ ଟ୍ରମ୍ପ ପ୍ରଶାସନର ପରାମର୍ଶଦାତା ପଦବୀ ମଧ୍ୟ ଛାଡିଥିଲେ । ଏହା ପରେ ମସ୍କକୁ ଟାର୍ଗେଟ କରିଥିଲେ ଟ୍ରମ୍ପ । ଏବେ ବି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମସ୍କଙ୍କୁ ହ୍ୱାଉଟ୍ ହାଉସ୍‌କୁ ମିସ୍ କରୁଛନ୍ତି । କିଛି ଦିନ ତଳେ ମସ୍କ କହିଥିଲେ ସେ ଯଦି ଟ୍ରମ୍ପଙ୍କ ସାଥ ଦେଇନଥାନ୍ତେ ତେବେ ସେ ନିର୍ବାଚନ ହାରିଥାନ୍ତେ । ମସ୍କଙ୍କୁ ମୋ ସମର୍ଥନ ତାଙ୍କୁ ପାଇଁ ଲାଭବାନ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି