Masthead

ଭିଜିଲାନ୍ସ ଜାଲରେ IAS ବାବୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ଆଇଏଏସ ଅଫିସର । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା । ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ।

ବ୍ୟବସାୟୀଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସେଥିରୁ ୧୦ ଲକ୍ଷ ଟଙ୍କା ଆଜି ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡରେ ଧରାପଡିଛନ୍ତି ୨୦୨୧ ବ୍ୟାଚ୍‌ର ଆଇଏଏସ୍‌ ବାବୁ । ଧର୍ମଗଡ଼ସ୍ଥିତ ଘରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଉପଜିଲ୍ଲାପାଳ ଧିମନ ଚକମାଙ୍କ ଧରିଛି ।

ତାଙ୍କଠୁ ୨୬ଟି ୧୦୦ ଟଙ୍କିଆ ନୋଟ ବଣ୍ଡଲ ଜବତ କରାଯାଇଛି । ତାଙ୍କ ହାତ ଧୋଇବାରୁ କେମିକାଲ ପ୍ରତିକ୍ରିୟାରୁ ଟଙ୍କା ଧରିଥିବା ସ୍ପଷ୍ଟ ହୋଇଛି । ତାଙ୍କ ଘରୁ ୪୭ ଲକ୍ଷର ନଗଦ ଟଙ୍କା ଜବତ କରାଯାଇଛି ।ଭିଜିଲାନ୍ସ ହାତରେ ଧରା ପଡିବା ପରେ ତାଙ୍କ ବାସଭବନରେ ଚଢାଉ ହୋଇଥିଲା । ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ରେଡ୍ ବେଳେ ଉପଜିଲ୍ଲାପାଳଙ୍କ ଘରୁ ୪୭ ଲକ୍ଷ ଟଙ୍କା ନଗଦ ମିଳିଛି। ଚଢଉ ଜାରି ରହିଛି ।

୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଧୀମାନ ଚକମା। ତାଙ୍କ ଘର ତ୍ରିପୁରା କାଞ୍ଚନପୁର ଅଞ୍ଚଳରେ। ୨୦୨୦ରେ ସେ ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ପରିବାର ତଥା ହୋମ୍ ଟାଉନରୁ ସେ ପ୍ରଥମ ଯିଏ କି, ୟୁପିଏସସି ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିଲେ। ନିଜ ଶେଷ ଉଦ୍ୟମରେ ସେ ୟୁପିଏସସି ପରୀକ୍ଷା କ୍ଲିୟର କରିଥିଲେ। ଧୀମାନଙ୍କ ବାପା ଜଣେ ଟିଚର ଏବଂ ମାଆ ଜଣେ ଗୃହିଣୀ। ଆଇଏଏସ୍ ହେବା ପରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାମ କରିବା ଲାଗି ଇଚ୍ଛା ରଖିଥିଲେ। ତେବେ ଆଜି ସେ ଭିଜିଲାନ୍ସ ଜାଲରେ ପଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି