Masthead

ମୋଦିଙ୍କ ମାପଦଣ୍ଡରେ ଫେଲ୍ ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନମୋଙ୍କ ନୂଆ ଟିମକୁ ନେଇ ଚର୍ଚ୍ଚା କମୁନି। କମିବ ବା କେମିତି? ଏତେ ବଡ଼ ଟିମ୍ ଏତେ ବଡ଼ ସମୀକରଣ। କେଉଁଠି ଖୁସି ତ କେଉଁଠି ଗମ୍। ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୟୁଥ, ବ୍ୟୁରୋକ୍ରାଟ୍ସ, ଓ ନ୍ୟୁ କମରଙ୍କୁ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରୁ ତିନି ଜଣ ସ୍ଥାନ ପାଇଛନ୍ତି। ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ବେଶ୍ବର ଟୁଡୁ। ହେଲେ ବାଦ୍ ପଡିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଯିଏ ଦମଖମ୍ ଦେଖାନ୍ତି ବିଜେପି ପାଇଁ। ଅପରାଜିତା ନିଜକୁ ନିଜେ ଏମିତି ପ୍ରୋଜେକ୍ଟ କରନ୍ତି ଯେ ସେ ହିଁ ହେଉଛନ୍ତି ଓଡ଼ିଶାର ଚେହେରା। ହେଲେ ମୋଦି, ଅପରାଜିତାଙ୍କୁ ସେଭଳି ଭାବନ୍ତି ନାହିଁ।

ଯଦି ଭାବିଥାନ୍ତେ ନିଶ୍ଚୟ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥାନ୍ତେ। ମୋଦି ତାଙ୍କ ମନ୍ତ୍ରୀମଣ୍ଡଳରେ ୭ଜଣ ପୂର୍ବତନ ବ୍ୟୁରୋକ୍ରାଟ୍ସକୁ ନେଲେ। ହେଲେ ଅପରାଜିତାଙ୍କୁ ନେଲେ ନାହିଁ। ମୋଦି ବ୍ୟୁରୋକ୍ରାଟ୍ସ ଅଶ୍ବିନୀ ବୈଷ୍ଣବଙ୍କୁ ନେଲେ, ରେଳ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଲେ। ହେଲେ ନେଲେ ନି ଅପରାଜିତାଙ୍କୁ । କୁହାଯାଏ ଓଡ଼ିଶାରେ ଚାଲିଛି ବ୍ୟୁରୋକ୍ରାଟ୍ସ ଶାସନ। ଏହାକୁ କାଉଣ୍ଟର କରିବା, ଜଣେ ବ୍ୟୁରୋକ୍ରାଟ୍ସଙ୍କୁ ପାୱାରଫୁଲ କରି ଆଗାମୀ ନିର୍ବାଚନ ପାଇଁ ମୋଦି ରଣନୀତି କରୁଛନ୍ତି କହିପାରିବା। ହେଲେ ଏ ରଣନୀତି ରେସରେ ଆଉ ନାହାନ୍ତି ଅପରାଜିତା। ମୋଦି ମନ୍ତ୍ରିମଣ୍ଡଳ ଅବଦବଦଳରେ ମହିଳାଙ୍କୁ ସ୍ଥାନ ଦେଲେ।

ହେଲେ ଅପରାଜିତାଙ୍କୁ ବିଶ୍ବାସକୁ ନେଲେନି। ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ, ଅପରାଜିତା ଏ ସମସ୍ତେ ନ୍ୟୁ କମର ପଲିଟିସିଆନ। ଅଶ୍ବିନୀ ଓ ଟୁଡୁ ମୋଦିଙ୍କ ଗୁଡ୍ବୁକରେ ସ୍ଥାନ ପାଇଲେ। ଅପରାଜିତାଙ୍କୁ ଭରସା କଲେନି। ଆମେ ଏହା ହିଁ ତ କହିବୁ ମୋଦିଙ୍କ ଭରସାର ପାତ୍ର ହୋଇପାରିନାହାନ୍ତି ଭୁବନେଶ୍ବର ସାଂସଦ। ଏଠି ଯେତେ ରିପୋର୍ଟ କାର୍ଡ ଦେଲେ ମଧ୍ୟ ମୋଦିଙ୍କ ଆଗରେ ତାଙ୍କର ରିପୋର୍ଟ କାର୍ଡ ବିଶ୍ବାସନୀୟ ହୋଇପାରିନି। ମହିଳା, ବ୍ୟୁରୋକ୍ରାଟ୍ସ, ନ୍ୟୁ କମର ଏ ଦିଗକୁ ଗୁରୁତ୍ବ ଦେଇଛନ୍ତି ମୋଦି। ଏସବୁ ଅପରାଜିତାଙ୍କ ପାଖରେ ଥିଲେ ମଧ୍ୟ ମୋଦି ତାଙ୍କ ଖାତାକୁ ନେଲେନି। ଏ ବିଶ୍ଳେଷଣକୁ ଦେଖିଲେ ଏହା ହିଁ ଲାଗୁଛି, ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ବଙ୍କ ପାଖରେ ସେତିକି ଗୁରୁତ୍ବ ପାଇନାହାନ୍ତି ଅପରାଜିତା ଷଡ଼ଙ୍ଗୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ