Masthead

ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ

ଶ୍ରୀନଗର (ବଡ ଖବର ବ୍ୟୁରୋ) : ଭାରତ ପାକିସ୍ତାନ ଭିତରେ ଲାଗି ରହିଛି ତିକ୍ତତା । ଅପରେସନ ସିନ୍ଦୂରର ସଫଳତା ପରେ ଚୁପ୍ ରହିଛି ପାକିସ୍ତାନ । ବିଭିନ୍ନ ଦେଶ ପାଖରେ ଯାଇ କରୁଛି ଅପିଲ । କିନ୍ତୁ ଏହାରି ଭିତରେ ଆସିଛି ଆଉ ଏକ ଚିତ୍ର । ଜମ୍ମୁ-କାଶ୍ମୀର ସରହଦରେ ରାସ୍ତାର ନିର୍ମାଣ ନିମନ୍ତେ ଏବେ କଟା ଯିବ ଜଙ୍ଗଲ । କାରଣ ଭାରତ- ପାକିସ୍ତାନ ସରହଦରେ ବଢିଲାଣି ଆତଙ୍କ । ଅନେକ ପାକିସ୍ତାନୀ ଆତଙ୍କବାଦୀ ସରହଦରେ ଥିବା ଜଙ୍ଗଲ ଭିତରେ ପଶୁଛନ୍ତି ।

ଏହି ଘଟଣାଙ୍କୁ ଧ୍ୟାନରେ ରଖି ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି ଯେ ଖୁବଶୀଘ୍ର ଭାରତ-ପାକିସ୍ତାନ ସରହଦ ଥିବା ଜଙ୍ଗଲ ସଫା କରି ରାସ୍ତା କାମ ଆରମ୍ଭ ହେବ । ଏହାର ନିର୍ମାଣ ପରେ କେବଳ ସୁରକ୍ଷା ନୁହେଁ, ସରହଦ ନିକଟରେ ଥିବା ଅନେକ ଜାଗା ସହ ସହଜରେ ସମ୍ପର୍କ କରାଯାଇପାରିବ । ଯାହାକୁ ନେଇ ଓମର ଅବଦୁଲ୍ଲା ବର୍ଡର ରୋଡ ଅରଗାନାଇଜେସନ (ବିଆରଓ) ନିର୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରଘୁ ଶ୍ରୀନିବାସନଙ୍କୁ ଭେଟି ବିଚାରଧୀନ ଥିବା ଜଙ୍ଗଲ ସଫା କରିବାକୁ କହିଛନ୍ତିି ।

ଖାଲି ସେତିକି ନୁହେଁ କିପରି ଏହି ରାସ୍ତା କାମ ସୁରୁଖୁରୁରେ ହୋଇପାରବି ସେଥିପାଇଁ ମଧ୍ୟ ବିଚାର ବିମର୍ଶ ଆରମ୍ଭ କରିଛନ୍ତି । ସେପଟେ ଆଉ ଏକ ମିଟିଙ୍ଗରେ ଉଚ୍ଚ ସଚିବ ଅଟଲ ଡୁଲ୍ଳୋ ଏବଂ ବିଆରଓ ଡିଜି ଚାଲୁଥିବା ରୋଡ ଷ୍ଟ୍ରାଟେଜିକ ଉପରେ ଚର୍ଚ୍ଚା କରିଛନ୍ତି । ତେବେ ଏଠାରେ ରାସ୍ତା ହେଲେ ଆଖପାଖ ଏରିଆରେ ରହୁଥିବା ଲୋକଙ୍କ ପାଇଁ ଯିବା ଆସିବା ସୁବିଧା ହୋଇପାରିବ ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ