Before Header

୭୩ ବର୍ଷରେ ଡ୍ରିମ୍ ଗାର୍ଲ

0 45

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଏଭରଗ୍ରୀନ୍ ହିରୋଇନ୍ ହେମା ମାଳିନୀ ଆଜି ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ଏହି ବିଶେଷ ଦିନରେ ବଲିଉଡର ନାମୀ ଦାମୀ ସେଲଇବ୍ରିଟିଙ୍କର ଶୁଭେଚ୍ଛାର ସୁଅ ଛୁଟିଛି । ତା ସହ ହେମା ମାଳୀନୀଙ୍କର ଅନେକ ଫ୍ୟାନ୍ସ ବି ତାଙ୍କୁ ସୋସିଆଲ ମିଡିଆରେ କିଛି ସ୍ପେସିଆଲ ପୋଷ୍ଟ୍ କରି ୱିଶ୍ କରିଛନ୍ତି । ତାଛଡା ତାଙ୍କର ଏହି ବିଶେଷ ଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ବିଗ୍ ବି ଅମିତାଭ ବଚ୍ଚନଙ୍କ ରିୟଲିଟି ଶୋ କେବିସି-୧୩ରେ ଦେଖିବାକୁ ମିଳିଥିଲା । କେବିସିର ଟିମ୍ ତରଫରୁ ତାଙ୍କୁ କିଛି ସ୍ପେସିଆଲ ସରପ୍ରାଇଜ୍ ମଧ୍ୟ ମିଳିଛି । ଏହି ଶୋ’ ରେ ତାଙ୍କ ଜନ୍ମଦିନକୁ ଚମକ୍ରାର ଢଙ୍ଗରେ ମଧ୍ୟ ପାଳନ କରାଯାଇଛି । କେବିସିର ଟିମ୍ ଫିଲ୍ମ ‘ଶୋଲେ’ର ଏକ ସ୍ୱତନ୍ତ୍ର ସଦସ୍ୟ ତଥା ରେଶମା ପଠାନଙ୍କୁ ଡାକିଥିଲେ । ଏହା ଦେଖି ହେମା ମାଳିନୀଙ୍କର ଖୁସିର କୌଣସି ସୀମା ରହି ନଥିଲା । ଫିଲ୍ମ ସୁଟି ସମୟର କିଛି ବିଶେଷ ସ୍ମୃତି ମଧ୍ୟ ଦୁହେଁ ଶୋ ରେ ସେୟାର କରିଥିଲେ । ଏହା ପରେ ହେମାମାଳିନୀ ବିଗ୍ ବିଙ୍କ ସହ ମିଶି ଶୋଲେ ଫିଲ୍ମର କିଛି ସିନ୍ କୁ ରିକ୍ରିଏଟ୍ କରିଥିଲେ ଯାହା ଦର୍ଶକଙ୍କ ମନକୁ ଛୁଇଁଥିଲା ।

ତେବେ ହେମା ମାଳିନୀ ହେଉଛନ୍ତି ୭୦ ଦଶକର ଜଣେ ପପୁଲାର ଅଭିନେତ୍ରୀ । ୧୯୬୩ରେ ସେ ପ୍ରଥମେ ଏକ ତାମିଲ୍ ଫିଲ୍ମରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୧୯୬୮ରେ ସେ ହିନ୍ଦି ଫିଲ୍ମ ‘ସପନୋ କା ସୌଦାଗର’ରେ ବଲିଉଡ ଡେବ୍ୟୁ କରିଥିଲେ । ଧିରେ ଧିରେ ପରଦାରେ ତାଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଥିଲା । ଖାସ୍ କରି ସବୁ ମୁଭି ଗୁଡିକରେ ହେମାମାଳିନୀ ଓ ଧର୍ମେନ୍ଦ୍ରଙ୍କ ଯୋଡି ବେଶ୍ ପସନ୍ଦ କରୁଥିଲେ ଦର୍ଶକ । ଏହା ପରେ ୧୯୭୭ରେ ତାଙ୍କୁ ଫିଲ୍ମ ଡ୍ରିମ୍ ଗାର୍ଲ ରେ ଦେଖିବାକୁ ମିଳିଥିଲା । ଯାହାକି ବଲିଉଡରେ କାଫି ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ସୁପରହିଟ୍ ହେବା ପରେ ହେମା ମାଳିନୀ ଡ୍ରିମ୍ ଗାର୍ଲ ଭାବରେ ସାରା ବଲିଉଡରେ ପରିତି ହୋଇଥିଲେ । ପରେ ପରେ ତାଙ୍କୁ ଫିଲ୍ମ ହମ୍ ଦୋନୋ, ଅପନେ ଅପନେ, ଅନ୍ଜାମ୍, ଦେଶ୍ କେ ଦୁଶମନ୍, ଭିର୍ ଜରା, ବାଗ୍ବାନ୍, ଗଙ୍ଗା, ଭାଗ୍ମତି, ଆଦି ଫିଲ୍ମରେ ଦେଖିବାକୁ ମିଳିଥିଲା । ତେବେ କେବଳ ସିନେମା ନୁହେଁ ରାଜନୀତିରେ ବି ପାଦ ଦେଇ ସାରିଛନ୍ତି ହେମା ମାଳିନୀ । ୧୯୯୯ ମସିହାରେ ସେ ବଲିଉଡ ଅଭିନେତା ବିନୋଦ ଖାନ୍ନାଙ୍କ ପାଇଁ ପ୍ରଚାର କରିଥିଲେ । ଏହା ପରେ ୨୦୦୪ରେ ସେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ସାଂସଦ ଭାବେ କାର୍ଯ୍ୟ କରିଥିଲେ ଏବଂ ୨୦୧୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ତେବେ ଶେଷଥର ପାଇଁ ହେମା ମାଳିନାଙ୍କୁ ୨୦୨୦ରେ ବଲିଉଡ ଫିଲ୍ମ ‘ଶିମ୍ଲା ମିର୍ଚି’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତିତ ଅନେକ ଟିଭି ରିୟଲିଟି ଶୋ ରେ ମଧ୍ୟ ହେମା ମାଳିନୀ ନଜର ଆସିଛନ୍ତି । ତେବେ ଆଗକୁ ପୁଣି ସେ କେଉଁ ମୁଭି ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.