Masthead

ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ଚାଞ୍ଚଲ୍ୟ । ରକ୍ତରେ ଭିଜିଲା ବଡ଼ଦାଣ୍ଡ । ଦେବସ୍ନାନ ପୂର୍ଣ୍ଣମାରେ ଗଡିଲା ବରିଷ୍ଠ ସେବାୟତଙ୍କ ମୁଣ୍ଡ । ଗୋଟିଏ ପଟେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଚାଲିଥିବା ବେଳେ ଅନ୍ୟପଟେ ୮୩ ବର୍ଷୀୟ ଜଗନ୍ନାଥ ଦୀକ୍ଷିତଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁବୃତ୍ତ ।  ଗୁଡିଆ ସାହିରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ।

ପରିବାର ଲୋକେ ଘରେ ନ ଥିବାର ସୁଯୋଗ ନେଇ ହତ୍ୟାକାଣ୍ଡ ଭିଆଇଛନ୍ତି ଦୁବୃତ୍ତ ।
ଟଙ୍କା ନେଣଦେଣକୁ ନେଇ ପଡ଼ୋଶୀ ନାରାୟଣ ପାଟ୍ଟଯୋଶୀଙ୍କ ସହ ଜଗନ୍ନାଥଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ନାରାୟଣ ପଟ୍ଟଯୋଶୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯେଉଥିରେ ଜଗନ୍ନାଥଙ୍କ ପ୍ରାଣବାୟୁ ଉଡି ଯାଇଥିଲା ।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ପରିବାର ଲୋକେ ଆସି ଦେଖିଲା ବେଳକୁ ଘର ଅଗଣା ନିକଟରେ ମୃତ ଦେହ ପଡ଼ିଥିଲା । ଏନେଇ ପୋଲିସକୁ ସୂଚନା ଦିଆ ଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛି । ଅଭିଯୁକ୍ତର ଭାଇକୁ ଅଟକ ରଖି ଏନେଇ ପଚରା ଉଚରା କରୁଛି ପୋଲିସ । ତେବେ ଏଠି ସବୁଠୁ ବଡ କଥା ହେଉଛି ସ୍ନାନ ଯାତ୍ରା ପାଇଁ ପୁରୀରେ ୭୦ ରୁ ଅଧିକ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଏତେ ବଡ ଘଟଣା କିଭଳି ଘଟିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା