Masthead

ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ଦେଶକୁ ସ୍ତବ୍ଧ କରି ଦେଇଛି । ଶହ ଶହ ପରିବାରକୁ ଛାରଖାର କରିଦେଇଛି ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୮୭-୮ ଡ୍ରିମ୍‌ଲାଇନ୍‌ର ବିମାନ ‘ଏଆଇ-୧୭୧’ ବିମାନ ଦୁର୍ଘଟଣା ଘଟିଛି । ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ଜୀବନ ଯାଇଛି । ଅହମ୍ମଦାବାଦ ପୋଲିସ କମିସନର ଏନେଇ ସୂଚନା ଦେଇଛନ୍ତି ।ସେଥିରେ ଏକ ଡାକ୍ତର ପରିବାର ନିଶ୍ଚିହ୍ନ ହୋଇଛି । ଡାକ୍ତର ଦମ୍ପତିଙ୍କ ସହ ସେମାନଙ୍କ ୩ ପିଲାଙ୍କର ମୃତ୍ୟୁ ହୋଇଛି ।

ପ୍ଲେନ୍‌ରେ ବସିବା ପରେ ଏକ ସେଲ୍ଫି ନେଇଥିଲେ । ଶେଷ ଥର ପାଇଁ ଗୋଟିଏ ଫଟୋରେ ଏକାଠି ହସିଥିଲେ । ଭବିଷ୍ୟତ ପାଇଁ ପ୍ଲାନ କରିଥିଲେ । ପିଲାଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ ଡାକ୍ତର ଦମ୍ପତି । ସେମାନେ ହେଲେ ରାଜସ୍ଥାନ ବାଂସୱାଡାର ଡାକ୍ତର କୋମି ବ୍ୟାସ, ତାଙ୍କ ସ୍ୱାମୀ ଡାକ୍ତର ପ୍ରତୀକ ଯୋଶୀ, ଯାଆଁଳା ପୁଅ ପ୍ରଦ୍ୟୁତ୍‌ ଓ ନକୁଲ ଯୋଶୀ (୫), ଏବଂ ଝିଅ ମିରାୟା ଯୋଶୀ (୮) ।

ଉଦୟପୁର ପାସିଫିକ୍‌ ହସ୍ପିଟାଲ ଉମର୍‌ଡାର ପରିଚାଳକ କହିଛନ୍ତି, ଡାକ୍ତର କୋମି ବ୍ୟାସ ମାସେ ପୂର୍ବରୁ ସେହି ହସ୍ପିଟାଲରୁ ଚାକିରି ଛାଡ଼ି ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ ରହିବା ଲାଗି ବିମାନରେ ଲଣ୍ଡନ ଯାଉଥିଲେ । ଏଥିପାଇଁ ହିଁ କୋମି ବ୍ୟାସ ଇସ୍ତଫା ଦେଇଥିଲେ । ତେବେ ବିମାନ ଦୁର୍ଘଟଣାରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି । କଥାରେ ଅଛି ନା ଜୀବନକୁ କି ଅବା ଭରସା । କେତେବେଳେ କଣ ଯେ ଘଟିବ ତାହା କାହାକୁ ଜଣାନଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା