Masthead

ପୋଲିସ ଆଗରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

ତିର୍ତ୍ତୋଲ, (ବଡ଼ ଖବର ବ୍ୟୁରୋ): ନଭେମ୍ବର ୩ରେ ତିର୍ତ୍ତୋଲ ଉପନିର୍ବାଚନ ଶେଷ ହୋଇଛି। ଆସନ୍ତା ୧୦ରେ ଗଣତି ହୋଇ ଫଳାଫଳ ଘୋଷଣା ହେବ। ତେବେ ଇତିମଧ୍ୟରେ ଶାସକ ଦଳ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି। ପୋଲିସ କର୍ମଚାରୀଙ୍କ ସାମ୍ନାରେ ଜଣେ ବ୍ୟବସାୟୀଙ୍କୁ ଶାସକ ଦଳର କେତେଜଣ କର୍ମୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଘଟଣା ତିର୍ତ୍ତୋଲ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ତିର୍ତ୍ତୋଲ ଥାନା ଝଙ୍କଡ଼ ମା’ ଶାରଳା ମନ୍ଦିରର ସମ୍ମୁଖରେ ଦାସ ମେଡିସିନ୍ ନାମରେ ଏକ ଦୋକାନ କରି ଦୀର୍ଘବର୍ଷ ବ୍ୟବସାୟ କରିଆସୁଛନ୍ତି ବଡ଼ସାରଳ ଗ୍ରାମର ବିପିନ ବିହାରୀ ଦାସ।

ଗତକାଲି ସନ୍ଧ୍ୟା ୭ଟାରେ ବିପିନ ଦୋକାନରେ ବସିଥିବାବେଳେ ଏକ ନାଲି ରଙ୍ଗର ଟାଭେରା ଏଵଂ ଅଲ୍ଟୋ କାର ଆସି ଦୋକାନ ଆଗରେ ଲାଗିଥିଲା। ହାତରେ ବିଭିନ୍ନ ମାରଣାସ୍ତ୍ର ଧରିଥିବା ୭ଜଣ ଯୁବକ ଦୁଇ କାରରୁ ଓହ୍ଲାଇ ବିପିନଙ୍କ ଦୋକାନରେ ପଶିଥିଲେ। ବିପିନଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ଯୁବକମାନେ ହେଉଛନ୍ତି ଦେଉଳି ଗ୍ରାମର ଅରୁଣ ମହାପାତ୍ର (ନିଲୁ), ବିଜୟ କୁମାର ରାଉଳ (ଟୁକୁନା), ରଞ୍ଜନ କୁମାର ରାଉଳ, ବଡ଼ସାରଳ ଗ୍ରାମର ରମେଶ ଚନ୍ଦ୍ର ରାଉଳ, ଦୟାଲପୁରର ସୁଶାନ୍ତ ରାଉଳ, ଅକ୍ଷୟ ସ୍ୱାଇଁ ଏବଂ ଅଜୟ ସ୍ୱାଇଁ। ବିପିନ କିଛି ବୁଝିବା ପୂର୍ବରୁ ଅରୁଣ ପ୍ରଥମେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଚେନ୍ ଛିଣ୍ଡାଇଥିଲେ।

ଅନ୍ୟମାନେ ଦୋକାନ ଶୋ’କେସ୍ ଭାଙ୍ଗି ଆସବାପତ୍ର ଫିଙ୍ଗାଫୋପଡ଼ା କରିଥିଲେ। ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ଭାଙ୍ଗି ୮୨ ହଜାର ଟଙ୍କା ଲୁଟିନେଇଥିଲେ। ଏଠି ଦୋକାନ କଲେ ଆମକୁ ବଟି ଦେବାକୁ ପଡ଼ିବ, ନ ଦେଲେ ପେଟ୍ରୋଲ ଢାଳି ଦୋକାନ ଜାଳିଦେବାକୁ ଧମକ ଦେଇଥିଲେ। ବିପିନଙ୍କୁ ନିସ୍ତୁକ ମାଡ଼ ମାରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତିର୍ତ୍ତୋଲ ଥାନା ଏସ୍ଆଇ ଦୁଃଖିଶ୍ୟାମ ସେଠୀ ଏବଂ କେତେଜଣ କନଷ୍ଟେବଲଙ୍କ ଉପସ୍ଥିତିରେ ଏସବୁ ଘଟଣା ଘଟିଥିଲା ଏବଂ ପୋଲିସ ସେଠାରେ ନିରବଦ୍ରଷ୍ଟା ସାଜିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଅନ୍ୟପଟେ ଦୁର୍ବୃତ୍ତମାନେ ଶାସକ ବିଜେଡିର ସମର୍ଥକ ବୋଲି ସ୍ଥାନୀୟ କନକପୁର ପଞ୍ଚାୟତ ସମିତି ସଭ୍ୟ ଅଜୟ କୁମାର ରାଉଳ ଅଭିଯୋଗ କରିଛନ୍ତି। ଏ କଥା ପ୍ରଘଟ ହେବାପରେ ଘଟଣାସ୍ଥଳରେ କନକପୁର ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଶତାଧିକ ଲୋକ ଏକତ୍ରିତ ହୋଇ ପୋଲିସ ବିରୋଧରେ ନାରାବାଜି କରିବା ସହ ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିପିନ ବିହାରୀ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ