Masthead

୫ ବିଧାନସଭା ଉପନିର୍ବାଚନର ଫଳାଫଳ, ସବୁ ପାର୍ଟି ଖୁସ

ଆସିଲା ୪ରାଜ୍ୟର ଉପ ନିର୍ବାଚନର ଫଳାଫଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଆସିଲା ୪ରାଜ୍ୟର ଉପ ନିର୍ବାଚନର ଫଳାଫଳ । ଜୁନ୧୯ରେ ୪ଟି ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ହୋଇଥିଲା ଭୋଟ୍ । ପଞ୍ଜାବ, ଗୁଜରାଟ, କେରଳ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ହୋଇଥିଲା ବାଇ ଇଲେକ୍ସନ । ଆଜି ହୋଇଥିଲା ଭୋଟ ଗଣତି । ପ୍ରକାଶ ପାଇଛି ଉପ ନିର୍ବାଚନର ରେଜଲ୍ଟ ।

ପଞ୍ଜାବ, କେରଳ ଓ ପଶ୍ଚିମବଙ୍ଗରେ ଗୋଟିଏ ଲାଖାଏଁ ଆସନ ପାଇଁ ମତଦାନ ହୋଇଥିବା ବେଳେ ଗୁଜୁରାଟ ରାଜ୍ୟରେ ୨ଟି ଆସନ ପାଇଁ ପଡିଥିଲା ଭୋଟ୍ । କେରଳରେ ଥିବା ବାମପନ୍ଥୀ ଦଳ ସରକାର ବିରୋଧରେ ପଡିଛି ଭୋଟ । ନିଲାମ୍ବୁର ଆସନରୁ ବିଜୟ ହାସଲ କରିଛନ୍ତି କଂଗ୍ରେସର ଆର୍ଯ୍ୟଦାନ ସୌକଥ । ବାମପନ୍ଥୀ ଦଳର ପ୍ରତିଦ୍ୱନ୍ଦୀ ଏମ୍ ସ୍ୱରାଜଙ୍କୁ ୧୧ହଜାର ୭୭ଖଣ୍ଡ ଭୋଟରେ ଆର୍ଯ୍ୟଦାନ ପରାସ୍ତ କରିଛନ୍ତି ।

ପଞ୍ଜାବର ଲୁଧିଆନା ୱେଷ୍ଟରେ କଂଗ୍ରେସକୁ ପଛରେ ପକାଇ ଆମ ଆଦମୀ ପାର୍ଟିର ସଞ୍ଜୀବ ଆରୋରା ୧୦ହଜାର ୬୩୭ଖଣ୍ଡ ଭୋଟରେ ବାଜିମାତ କରିଛନ୍ତି । ସେହିଭଳି ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରୁ ଟିଏମସି ପ୍ରାର୍ଥୀ ଆଲିଫା ଅହମ୍ମଦ୍ ପଦ୍ମ ଦଳର ଆଶିଷ ଘୋଷଙ୍କୁ ୫୦ହଜାର ୪୯ଖଣ୍ଡ ଭୋଟରେ କରିଛନ୍ତି ପରାସ୍ତ ।

ସେପଟେ ଗୁଜରାଟ ଦେଖିଛି କରବା ମର ପରିସ୍ଥିତି । ବିଜେପି ଗଡରେ ଝାଡୁ ଦେଖାଇଛି କମାଲ । କାଡ଼ି ଆସନରୁ ୪୯ହଜାର ୪୫୨ଖଣ୍ଡ ଭୋଟରେ ଭାରତୀୟ ଜନତା ପାର୍ଟିର ରାଜେନ୍ଦ୍ର କୁମାର ଦାନେଶ୍ୱର ଚାଭଡା ବିଜୟୀ ହାସଲ କରିଥିବା ବେଳେ ବିସାବାଦର ଆସନରେ ବୋହିଥିଲା ସରକାର ବିରୋଧୀ ହାୱା । ବିସାବାଦର କ୍ଷେତ୍ରରୁ ୧୭ହଜାର ୫୫୪ଖଣ୍ଡ ଭୋଟରେ ଇଟାଲୀଆ ଗୋପାଳ ବିଜେପିକୁ ଚେକ୍ ଦେଇ ଆମ ଆଦମୀ ପାର୍ଟିକୁ ଦେଇଥିଲେ ବିଜୟ । ଏହି ଉପ ନିର୍ବାଚନର ଫଳାଫଳ ଦେଶର ରାଜନୀତିକୁ ଦେଇଛି ବଡ ବାର୍ତ୍ତା । କେମିତି ହୋଇପାରେ ଜନମତ ତାହା ଲୋକେ ଦେଖାଇଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼