Masthead

ରାଗରେ ଗରଗର ମାଆ, ଭାଙ୍ଗିବେ ନନ୍ଦିଘୋଷ

ପୁରୀ (ବଡ଼ ଖବର ବ୍ୟୁରୋ): ବଡ଼ଦେଉଳରେ ମାଆ ସାଆନ୍ତାଣୀଙ୍କୁ ଏକୁଟିଆ ଛାଡି ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଆସିଛନ୍ତି ସାଆନ୍ତ । ଯାହାକୁ ନେଇ ରାଗରେ ଗରଗର ମାଆ । କରିଛନ୍ତି ଅଭିମାନ ମହାପ୍ରଭୁଙ୍କ ଉପରେ । ଆଜି ହେରା ପଞ୍ଚମୀ । ରାଗ ସୁଝାଇବା ପାଇଁ ଆଜି ବଡ଼ଦାଣ୍ଡକୁ ଆସିବେ ମାଆ ସାଆନ୍ତାଣୀ ।

ସ୍ୱାମୀଙ୍କ ଉପରେ ସୁଝାଇବେ ରାଗ । ଭାଙ୍ଗିବେ ନନ୍ଦିଘୋଷ । ମଙ୍ଗଳବାର ହେରାପଞ୍ଚମୀ ଅବସରରେ ସେବକ ଓ ଦାସୀଙ୍କ ଗହଣରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘରେ ବିଜେ ହେବେ। ଜଗମୋହନରେ ଠାକୁରାଣୀ ବିଜେ ହୋଇ ଠାକୁରଙ୍କ ଆଜ୍ଞାମାଳ ଲାଗି ହେବେ । ରାଗ ରୋଷରେ ଗୁଣ୍ଡିଚାଘର ସମ୍ମୁଖରେ ପହଞ୍ଚି ଲକ୍ଷ୍ମୀ ଠାକୁରାଣୀ ନନ୍ଦିଘୋଷ ରଥ ଭାଙ୍ଗିବେ । ଶେଷରେ ହେରାଗୋହିରୀ ସାହି ହୋଇ ଠାକୁରାଣୀ ଶ୍ରୀମନ୍ଦିରକୁ ଫେରିବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେରାପଞ୍ଚମୀ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

ମଙ୍ଗଳବାର ରାତି ସାଢ଼େ ୯ଟାରେ ମା’ଲକ୍ଷ୍ମୀ ଠାକୁରାଣୀ ରଥ ନିକଟରେ ପାରମ୍ପରିକ ନୀତି ସାରି ଜଗମୋହନକୁ ବିଜେ କରିବେ । ପରେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇ ସନ୍ଧ୍ୟାଧୂପ ଶେଷ ହେବ ୯ଟା ୫୦ରେ । ୧୧ଟାରେ ମଇଲମ ହୋଇ ସାଢ଼େ ୧୧ଟାରେ ମହାପ୍ରଭୁଙ୍କୁ ଚନ୍ଦନ ଲାଗି କରାଯିବ । ରାତି ୧୨ଟାରେ ବଡ଼ସିଂହାର ବେଶ ହୋଇ ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ହୋଇ ଠାକୁରଙ୍କ ରାତ୍ର ପହୁଡ଼ ୧ଟା ସୁଦ୍ଧା ହେବ ବୋଲି ପ୍ରଶାସନ ସମୟ ଧାର୍ଯ୍ୟ ହୋଇଛି । ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଦେଖିବାକୁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ଲାଗିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା