Masthead

ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା । ଗତ ମାସରେ ଗଞ୍ଜାମ ଜିଲ୍ଲାରେ ୧୩ ହତ୍ୟାକାଣ୍ଡ ଘଟିଥିଲା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଘଟିଛି ୩ ହତ୍ୟାକାଣ୍ଡ । ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଛିଡା ହୋଇଛି ପ୍ରଶ୍ନବାଚୀ । ବ୍ରହ୍ମପୁରର ଏକ ଲଜ୍ରେ ପ୍ରେମିକାକୁ ଛୁରି ଭୁସି ହତ୍ୟା କରିଛି ପ୍ରେମିକ । ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବ୍ରହ୍ମପୁରର ନୂଆବସ୍ଷ୍ଟାଣ୍ଡ ପୁଷ୍ପାଞ୍ଜଳି ଲଜ୍ରେ ରହିଥିଲେ । ଉଭୟଙ୍କ ମଧ୍ୟରେ  କଳହ ଉଗ୍ର ରୂପ ନେବା ପରେ ପ୍ରେମିକାକୁ ହତ୍ୟା କରିଛି ପ୍ରେମିକ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ପ୍ରିୟା କୁମାରୀ ମହାରଣା । ପୁରୁଷ ବନ୍ଧୁ ଅଭୟ କୁମାର ମହାରଣା ପ୍ରେମିକାକୁ ଛୁରି ଭୁସି ହତ୍ୟା କରିବା ପରେ ଗୋସାଇଁ ନୂଆ ଗାଁ ଥାନାକୁ ଯାଇ ଆତ୍ମସମପଣ କରିଥିଲା । ପୋଲିସ ଲଜ୍କୁ ଆସି ତନାଘନା କରିବା ସହ ଯୁବତୀଙ୍କ ମୃତଦେହ ବ୍ରହ୍ମପୁର ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଛି ।

ସେପଟେ ଗଞ୍ଜାମ ଜିଲ୍ଲାରେ ଛତ୍ରପୁର ଥାନା ଅନ୍ତର୍ଗତ ଗୋବା ଗାଁରେ ଏକ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁବୃର୍ତ୍ତ । ମୃତକ ଯୁବକ ଜଣଙ୍କ ହେଉଛନ୍ତି ଗୋବା ଗାଁର ତୋଫାନ ସ୍ୱାଇଁ । ଅନ୍ୟପଟରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆପଲ୍ଲୀ ଗାଁରେ ଏକ ଯୁବକଙ୍କୁ ହତ୍ୟା କରା ଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୂଆପଲ୍ଲୀ ଗାଁର ନିରାକାର ଦାସଙ୍କ ହତ୍ୟା ହୋଇଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି