ରେଳଧାରଣାକୁ ଧସିଲା ମାଟି

କେରାପୁଟ(ବଡ଼ ଖବର ବ୍ୟୁରୋ): ପ୍ରବଳ ବର୍ଷା ଆଣୁଛି ବିପତ୍ତି । କେତେବେଳେ ଚାଷୀ ତ ଆଉ କେତେବେଳେ ସାଧାରଣ ଲୋକେ ହଇରାଣ ହରକତ ହେଉଛନ୍ତି । କେରାପୁଟ ଜିଲ୍ଲା ଜରଟି-ମାଲିଗୁଡ଼ା ରେଲୱେ ଟ୍ରାକ୍ ଉପରେ ମାଟି ଧସି ରେଳଧାରଣକୁ ଅବରୋଧ କରିଛି । ଯାହାଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

କୋରାପୁଟରୁ ଜୟପୁର, ଜଗଦଲପୁରକୁ ଯାତାୟାତ ବନ୍ଦ ରହିଛି । ୨ଟି ଟ୍ରେନକୁ ବାତିଲ କରାଯାଇଛି । ଟ୍ରେନ୍ ନମ୍ବର ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି । ଟ୍ରେନ୍ ନମ୍ବର ୧୮୫୧୬ କିରଣ୍ଡୁଲ-ବିଶାଖାପାଟଣା ନାଇଟ୍ ଏକ୍ସପ୍ରେସକୁ ବାତିଲ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଭୂୂସ୍ଖଳନ ଯୋଗୁଁ ଏମିତି ଅଘଟଣ ଘଟିଛି । ରେଳବାଇର ଅଧିକାରୀ ମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ଏବଂ ପୂର୍ବତଟ ରେଳପଥର ୱାଲଟିୟର କହିଛନ୍ତି, ଯାତ୍ରୀମାନଙ୍କର ଅସୁବିଧା ପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ